Latest Odisha News

BREAKING NEWS

ଆସନ୍ତା ଜାନୁଆରୀ ରୁ ମାଲକାନଗିରିକୁ ଉଡିବ ବିମାନ

ମାଲକାନଗିରି: ରାଉରକେଲା ପରେ ମାଲକାନଗିରି ରୁ ଉଡିବ ବିମାନ । ଏନେଇ ଶେଷ ହୋଇଛି ବିମାନବନ୍ଦର ନିର୍ମାଣ କାର୍ଯ୍ୟ । ତେବେ ନୂଆବର୍ଷରୁ ମାଲକାନଗିରିକୁ ବିମାନ ଉଡିବା ନେଇ ସୂଚନା ମିଳିଛି । ପ୍ରଥମ ପର୍ଯ୍ୟାୟରେ ନନ୍ ସିଡ୍ୟୁଲ ବିମାନ ଚଳାଚଳ ପାଇଁ ଯୋଜନା ଥିବାବେଳେ, ପରେ ଯାତ୍ରୀ ସଂଖ୍ୟା ବୃଦ୍ଧି ପାଇଲେ ସିଡ୍ୟୁଲ ବିମାନ ଚଳାଚଳ କରିବ ।

ସୂଚନା ଅନୁସାରେ, ଏହି ବିମାନ ବନ୍ଦରରେ ୧୫୦୦ ମିଟର୍ ରନୱେ ଥିବାରୁ ଏଠାରେ ୨୦ ଆସନ ବିଶିଷ୍ଟ ବିମାନ ଚଳଚାଳ ଆରମ୍ଭ କରିବ । ଏହାପରେ ବଡ଼ ବିମାନ ଚଳାଚଳ ପାଇଁ ପଦକ୍ଷେପ ନିଆଯିବ । ଏହି ବିମାନ ବନ୍ଦରକୁ କ୍ୟାଟେଗୋରୀ-୨ ବର୍ଗର ଏୟାରପୋର୍ଟ କରାଯିବ । ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ଵର ରୁ ମାଲକାନଗିରି ମଧ୍ୟରେ ଛୋଟ ବିମାନ ଚଳାଚଳ ଆରମ୍ଭ ପାଇଁ ପରିବହନ ବିଭାଗ ବିଭିନ୍ନ ଏୟାରଲାଇନ୍ସ ସହିତ ଆଲୋଚନା କରିଛନ୍ତି । ଖୁବଶୀଘ୍ର ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ହେବ ।

ସର୍ବପ୍ରଥମେ ଭୁବନେଶ୍ଵର ପରେ ଝାରସୁଗୁଡ଼ା, ଜୟପୁର ଓ ରାଉରକେଲା ପରେ ଏବେ ମାଲକାନଗିରି କୁ ବିମାନ ଉଡ଼ିବ । ଯାହାକୁ ନେଇ ମାଲକାନଗିରିବାସୀଙ୍କ ଖୁସି କହିଲେ ନସରେ । ବିମାନବନ୍ଦର ହେଲେ ସ୍ଥାନୀୟ ଲୋକଙ୍କୁ ଅନେକ ସୁବିଧା ସୁଯୋଗ ମିଳିବ । ରାଜ୍ୟ ରାଜଧାନୀକୁ ପୂର୍ବରୁ ଆସିବାକୁ ଘଣ୍ଟାଘଣ୍ଟା ଧରି ସମୟ ଲାଗୁଥିବାବେଳେ ଏବେ ଆଉ ବେଶି ସମୟ ଆଉ ଅପେକ୍ଷା କରିବାକୁ ପଡିବନି । ଉଭୟ ନିଯୁକ୍ତି ଓ ବ୍ୟବସାୟ କ୍ଷେତ୍ରରେ ଅଞ୍ଚଳ ଉନ୍ନତୀ କରିବା ସହ ଉପାନ୍ତ ଅଞ୍ଚଳର ପରିବର୍ତ୍ତନ ଘଟିବ ।

Leave A Reply

Your email address will not be published.