Latest Odisha News

ବରିଷ୍ଠ ସାମ୍ବାଦିକ ବିଜୟ ଦ୍ୱିବେଦିଙ୍କ ପରଲୋକ

ଭବାନୀପାଟଣା: କଳାହାଣ୍ଡି ଜିଲା ଭବାନୀପାଟଣା ସହରର ବରିଷ୍ଠ ସାମ୍ବାଦିକ ବିଜୟ ଦ୍ୱିବେଦିଙ୍କ ୬୪ ବର୍ଷ ବୟସରେ ମଙ୍ଗଳବାର ସକାଳରେ ପରଲୋକ ହୋଇଛି। ସୂଚନା ଅନୁଯାୟୀ, ସୋମବାର ଦେହ ଅସୁସ୍ଥ  କାରଣରୁ ଭବାନୀପାଟଣା ସ୍ଥିତ ଜିଲା ମୁଖ୍ୟ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିବା ଜଣା ପଡିଛି।

ଦୀର୍ଘ ଦିନ ଧରି ସେ ଏକ  ଦୈନିକ ଖବର କାଗଜରେ ଜିଲା ପ୍ରତିନିଧି ଭାବେ କାର୍ଯ୍ୟ କରୁଥିଲେ। ଜଣେ ଦକ୍ଷ ଓ ନିରପେକ୍ଷ ଖବରଦାତା ଭାବେ ଜିଲାରେ ତାଙ୍କର ସୁନାମ ରହିଛି। ତାଙ୍କ ବିୟୋଗରେ ଜିଲାର ଖବରଦାତା ମହଲରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଅନ୍ତିମ ସଂସ୍କାର ସମୟରେ ଭବାନୀପାଟଣା ସହରର ସମସ୍ତ ସ୍ବେଛାସେବୀ ଅନୁଷ୍ଠାନ, ଶୁଭେଚ୍ଛୁ, ରାଜନେତା, ବରିଷ୍ଠ ନାଗରିକ ପ୍ରମୁଖ ସାମିଲ ହୋଇଛନ୍ତି।

Leave A Reply

Your email address will not be published.