Latest Odisha News

BREAKING NEWS

ବିଜେପି ନେତା ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିକୁ ଗିରଫ କଲା ପୋଲିସ

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିକୁ ଗିରଫ କରିଛି ପୋଲିସ । ସେହି ବ୍ୟକ୍ତିର ଫୋନ ନମ୍ବର ଟ୍ରାକ କରି ବାଙ୍ଗାଲୁରୁରରୁ ଗିରଫ କରିଛି ଦିଲ୍ଲୀ ପୋଲିସ । ଗିରଫ ପରେ ଅଭିଯୁକ୍ତକୁ ଦିଲ୍ଲୀ ଅଣାଯାଇଥିବା ସୂଚନା ମିଳିଛି ।

ଗିରଫ ପରେ ଦିଲ୍ଲୀକୁ ଆଣି ତାକୁ ପଚରାଉଚୁରା କରିଛି ପୋଲିସ । ପଚରାଉଚରା ପରେ ସମସ୍ତ ଦୋଷ ସ୍ବୀକାର କରିଥିଲା ଅଭିଯୁକ୍ତ ଜଣଙ୍କ । ତେବେ ହତାସ ହୋଇ ଏପରି କରିଛି ଏବଂ ଏହି ଫୋନ କଲ ପଛରେ କୌଣସି ମନ୍ଦ ଉଦ୍ଦେଶ୍ୟ ନାହିଁ ବୋଲି ପୋଲିସକୁ କହିଛି ଅଭିଯୁକ୍ତ । ଏହାପରେ ବୈଜୟନ୍ତ ପଣ୍ଡା ତାକୁ ଛାଡି ଦେବା ପାଇଁ ଦିଲ୍ଲୀ ପୋଲିସକୁ ଅନୁରୋଧ କରିବାରୁ ପୋଲିସ ସେହି ବ୍ୟକ୍ତିଙ୍କଠାରୁ ଏକ ଅଣ୍ଡରଟେକିଂ ରଖି ତାକୁ ଛାଡି ଦେଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୨୧ତାରିଖରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଫୋନ କଲରେ ହତ୍ୟା ଧମକ ଆସିଥିଲା । ନବ ଦାସଙ୍କ ଭଳି ବୈଜୟନ୍ତଙ୍କ ଦଶା ହେବ ବୋଲି କଲର୍ ଜଣକ ଫୋନ କଲରେ କହିଥିଲେ । ଏ ନେଇ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିଥିଲେ ବୈଜୟନ୍ତ । ଏହାପରେ ଏନେଇ ଖୋଳତାଡ ଆରମ୍ଭ କରିଥିଲା ପୋଲିସ । ଶେଷରେ ବେଙ୍ଗାଲୁରୁରୁ ଅଭିଯୁକ୍ତକୁ ଗିରଫ କରିଥିଲା ପୋଲିସ ।

Leave A Reply

Your email address will not be published.