Latest Odisha News

BREAKING NEWS

ଆଇଜର ହଷ୍ଟେଲରେ ଝୁଲିପଡିଲେ ମେଧାବୀ ଛାତ୍ର

ବ୍ରହ୍ମପୁର: ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ଏବେ ଏକ ଚିନ୍ତାର କାରଣ ହୋଇଛି । ଗତକାଲି ଅର୍ଥାତ ଶୁକ୍ରବାର ଜଣେ ଡାକ୍ତରୀ ଛାତ୍ରୀ ରାଜଧାନୀର ଏକ ମେଡିକାଲ କଲେଜ ହଷ୍ଟେଲରେ ଆତ୍ମହତ୍ୟା କରିଥିବାବେଳେ ଆଉ ଜଣେ ଛାତ୍ରଙ୍କ ଆତ୍ମହତ୍ୟା ଖବର ଆସିଛି ଆଇଜରରୁ । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତ ଆଇଜରରେ ପଢୁଥିବା ଜଣେ ଛାତ୍ର ସେହିଦିନ  ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଛାତ୍ରଙ୍କ ମୃତଦେହ ହଷ୍ଟେଲରେ ରହୁଥିବା ତାଙ୍କ ରୁମରୁ ପୋଲିସ ଜବତ କରିଛି ।

ମୃତ ଛାତ୍ରଙ୍କ ନାଁ ସତ୍ୟ ସମୟ ମୁର୍ମୁ ଏବଂ ସେ ବାଲେଶ୍ୱର ଦୁମାଡିହି ଗାଁର ବୋଲି ଜଣାପଡିଛି । ସେ ବିଏସସି-ଏମଏସସି ଇଣ୍ଟିଗ୍ରେଟେଡ କୋର୍ସରେ ଚଳିତ ବର୍ଷ ନାମ ଲେଖାଇଥିଲେ । ସେ କିଛି ଦିନ ହେଲେ  କ୍ୟାମ୍ପସରେ ଥିବା BH-1ହଷ୍ଟେଲର ୭ମ ମହଲାରେ ରହୁଥିଲେ ।

ଗତକାଲି ସକାଳେ ସତ୍ୟ କଲେଜ ଯାଇ ନ ଥିଲେ । ଅପରାହ୍ନ ପ୍ରାୟ ୨ଟା ବେଳକୁ ସତ୍ୟର କିଛି ସାଙ୍ଗ କଲେଜରୁ ଆସି ଦେଖିଲେ ସତ୍ୟ ରହୁଥିବା ରୁମ ଭିତରପଟୁ ବନ୍ଦ ରହିଛି । ବାରମ୍ବାର ଡାକିବା ସତ୍ତ୍ୱେ ନ ଣୁଣିବାରୁ ସେମାନେ ଘରର କବାଟ ଭାଙ୍ଗିଥିଲେ ।

କବାଟ ଭାଙ୍ଗିବା ପରେ ସତ୍ୟଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ଏ ନେଇ ସେମାନେ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ସେ ତୁରନ୍ତ ଆସି ପହଞ୍ଚିଥିଲେ । ସତ୍ୟଙ୍କୁ ତୁରନ୍ତ ଡାକ୍ତରଖାନାକୁ ନେଇଥିଲେ । ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.