Latest Odisha News

BREAKING NEWS

ଝାରସୁଗୁଡା ଭ୍ୟାନ୍-ଟ୍ରକ୍ ମର୍ମନ୍ତୁଦ ଦୁର୍ଘଟଣା: ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି

ସମ୍ବଲପୁର : ଝାରସୁଗୁଡ଼ା ଜିଲ୍ଲା ବନହରପାଲି ନିକଟରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଜଣ ଓଡିଶା ରାଜ୍ୟ ସଶସ୍ତ୍ର ପୋଲିସ (ଓଏସଏପି) ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଯବାନଙ୍କ ମୃତ୍ୟୁ ଘଟିଛି ।

ମୃତକ ଜଣକ ବିପ୍ରବ ସାହୁ ଏବଂ ସେ ଗଜପତି ଜିଲ୍ଲାର ବାସିନ୍ଦା ବୋଲି ଜଣାପଡିଛି ।

ମିଳିଥିବା ସୂଚନାନୁଯାୟୀ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆର‌୍ୟୁବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (ଭିମସାର) ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ସୋମବାର ଦିନ ତାଙ୍କର ଦେହାନ୍ତ ଘଟିଛି ।

ସୁଚନାଯୋଗ୍ୟ, ବେଲପାହାଡ଼ର ଏକ ପେଟ୍ରୋଲ୍ ପମ୍ପ ନିକଟରେ ୪୯ ନଂ ଜାତୀୟ ରାଜପଥ ଠାରେ ଏକ ଦ୍ରୁତଗାମୀ ଟ୍ରକ୍ ସହ ପୋଲିସ୍ ଭ୍ୟାନଟିର ମୁହାଁମୁହିଁ ଧକ୍କା ହୋଇଥିଲା। ଗାଡିରେ ଥିବା ୨୯ ଜଣ ଓଏସଏପିର ଯବାନମାନେ କାର୍ଯ୍ୟରେ ଯୋଗ ଦେବାକୁ ବନହରପାଲି ଆସୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା ।

ଏହି ଦୁର୍ଘଟଣାରେ ଏସଓଏପି ୨ୟ ବାଟାଲିୟନର୨ଜଣ ଯବାନଙ୍କ ମୃତ୍ୟୁ ଘଟିଥିଲା । ସେମାନେ ହେଲେ- ପ୍ରଶାନ୍ତ ବେହେରା ଓ ଶଙ୍କର ପ୍ରସାଦ ପନ୍ଥ । ପ୍ରଶାନ୍ତଙ୍କ ଘର ପୁରୀ ଜିଲ୍ଲାରେ ହୋଇଥିବା ବେଳେ ନିହତ ଯବାନ ପନ୍ଥଙ୍କ ସର୍ମ୍ପକରେ ସୂଚନା ମିଳପାରିନାହିଁ ।

Leave A Reply

Your email address will not be published.