Latest Odisha News

BREAKING NEWS

‘ଗିନିଜ୍ ବିଶ୍ୱ ରେକର୍ଡ଼ସ’ରେ ସ୍ଥାନ ପାଇଲା ପ୍ରୟାଗରାଜ କୁମ୍ଭମେଳା…

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ପ୍ରୟାଗରାଜ ଠାରେ ଆୟୋଜିତ ହୋଇଥିବା ଐତିହାସିକ ମହାକୁମ୍ଭ ମେଳା ତିନୋଟି କ୍ଷେତ୍ରରେ ୨୦୧୯ ମସିହା ଗିନିଜ ବିଶ୍ୱ ରେକର୍ଡସରେ ସ୍ଥାନ ପାଇଛି ।

ଏଥିମଧ୍ୟରେ ରହିଛି ସର୍ବବୃହତ ଟ୍ରାଫିକ ଏବଂ ଭିଡ଼ ପରିଚାଳନା ଯୋଜନା, ମୋ ସହରକୁ ରଙ୍ଗେଇବା କାର୍ଯ୍ୟକ୍ରମ ଅଧୀନରେ ସବୁଠୁ ବଡ଼ ସର୍ବସାଧାରଣ ସ୍ଥାନରେ ରଙ୍ଗେଇବା କାର୍ଯ୍ୟକ୍ରମ ଏବଂ ସବୁଠୁ ବଡ଼ ପରିମଳ ଏବଂ ବର୍ଜ୍ୟ ପରିଚାଳନା ବ୍ୟବସ୍ଥା ।

ଏହି ଉଦ୍ଦେଶ୍ୟରେ ଗିନିଜ ବିଶ୍ୱ ରେକର୍ଡସ୍ର ଏକ ୩ ଜଣିଆ ଦଳ ପ୍ରୟାଗରାଜ ପରିଦର୍ଶନରେ ଆସିଥିଲେ । ଫେବୃଆରୀ ୨୮ରୁ ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ ତିନି ଦିନିଆ କାର୍ଯ୍ୟକ୍ରମ ବ୍ୟାପକ ଭାବେ ଦଳର ସଦସ୍ୟମାନଙ୍କ ସମ୍ମୁଖରେ କରାଯାଇଥିଲା । ଦଳ ପାଇଁ ଫେବୃଆରୀ ୨୮ରେ ଥରକେ ପାଖାପାଖି ୫୦୩ଟି ସଟଲ ବସ୍ ରାଜପଥରେ ଯାତ୍ରୀ ସେବା ଆରମ୍ଭ କରିଥିଲା ।

ଆହୁରି ମଧ୍ୟ ମହାଶିବରାତ୍ରୀରେ କେବଳ ଗୋଟିଏ ମାତ୍ର ସ୍ନାନ ପର୍ବ ତଥା ଅନ୍ତିମ ସ୍ନାନ ବାକି ରହିଛି । କୁମ୍ଭର ୫ଟି ସ୍ନାନ ଉତ୍ସବ ସଫଳତା ପୂର୍ବକ ସମ୍ପାଦିତ ହୋଇଛି । ୨୨ କୋଟିରୁ ଅଧିକ ଶ୍ରଦ୍ଧାଳୁ ପବିତ୍ର ବୁଡ଼ ପକାଇଛନ୍ତି ।

Leave A Reply

Your email address will not be published.