Latest Odisha News

BREAKING NEWS

ନାଲକୋ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟଣା: ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି

ଭୁବନେଶ୍ୱର: ନାଲକୋ ପ୍ଲାଣ୍ଟର ଅନୁଗୁଳ ୟୁନିଟରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାରେ ଗୁରୁବାର ଦିନ ପୁଣି ଜଣେ ଶ୍ରମିକଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି ।

ମୃତ ଶ୍ରମିକଙ୍କ ନାମ ରଜନୀକାନ୍ତ ପରିଡା ଏବଂ ତାଙ୍କ ଘର ଅନୁଗୁଳ ଜିଲ୍ଲାର ବେନ୍ତପୁର ଗ୍ରାମ ବୋଲି ଜଣାପଡିଛି ।

ପୂର୍ବରୁ ଏହି ଘଟଣାରେ ଅଗଷ୍ଟ ୧ ତାରିଖରେ ପାଟଣାସାହି ଗ୍ରାମର ଜଣେ କଣ୍ଟ୍ରାକଚୁଆଲ୍ ଶ୍ରମିକ ମିଥୁନ ନାଥଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ସେ ନୂଆଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।

ସୂଚନାଯୋଗ୍ୟ, ଗତ ଜୁଲାଇ ୨୩ ତାରିଖରେ ପ୍ଲାଣ୍ଟର ସ୍ମେଲଟର୍ କାଷ୍ଟହାଉସ୍-ବି ୟୁନିଟରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାରେ ୨ ଜଣ ଛାତ୍ର ଓ ଜଣେ ମହିଳାଙ୍କ ସମେତ ୪ ଜଣ ଗୁରୁତର ଭାବେ ଆହତ ହୋଇଥିଲେ ।

Leave A Reply

Your email address will not be published.