Latest Odisha News

BREAKING NEWS

ୱାଘା ବର୍ଡରରେ ସମଝୌତା ଏକ୍ସପ୍ରେସକୁ ରୋକିଲା ପାକିସ୍ତାନ

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ରେଳପଥରେ ସମ୍ପର୍କ ଯୋଡୁଥିବା ଏକମାତ୍ର ଟ୍ରେନ୍ ସମଝୌତା ଏକ୍ସପ୍ରେସ ଚଳାଚଳକୁ ଗୁରୁବାର ଦିନ ରଦ୍ଦ କରିଛନ୍ତି ପାକିସ୍ତାନ ସରକାର ।

ଏନେଇ ଘୋଷଣା କରିଛନ୍ତି ପାକିସ୍ତାନ ରେଳ ମନ୍ତ୍ରୀ ଶେଖ୍ ରସିଦ୍ ମହମ୍ମଦ୍ ।

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ସମଝୌତା ଏକ୍ସପ୍ରେସ ଲାହୋରରୁ ଆସୁଥିବାବେଳେ ଆଜି ୱାଘା ଠାରେ ପାକିସ୍ତାନ ସରକାର ଏହାର ଚଳାଚଳକୁ ବନ୍ଦ କରିଦେଇଛନ୍ତି । ଯାହା ଫଳରେ ଶହଶହ ଯାତ୍ରୀ ୱାଘା ବର୍ଡରରେ ଅଟକି ରହିଛନ୍ତି ।

ସୂଚନାଯୋଗ୍ୟ, ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାପରେ ପାକିସ୍ତାନ ଭାରତ ଠାରୁ ସମସ୍ତ କୁଟନୈତିକ ସମ୍ପର୍କ ଓ ଆକାଶମାର୍ଗ ବନ୍ଦ କରିଥିବାବେଳେ ଆଜି ଏହି ଟ୍ରେନ ଚଳାଚଳକୁ ଅଟକାଇ ଦେଇଥିବା ନେଇ ସୂଚନା ମିଳିଛି ।

କାଶ୍ମୀରରେ ଉତ୍ତେଜନା ତଥା ପରିସ୍ଥିତିରେ ଉନ୍ନତି ନ’ଆସିବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହି ଟ୍ରେନସେବା ବନ୍ଦ ରହିବ ବୋଲି ମଧ୍ୟ ପାକିସ୍ତାନୀ ବୈଦେଶିକ ମନ୍ତ୍ରୀ କହିଛନ୍ତି ।

ସମଝୌତା ଏକ୍ସପ୍ରେସର ଏହି ଟ୍ରେନଟି ଲାହୋରରୁ ୧୧୦ ଜଣ ଯାତ୍ରୀଙ୍କୁ ନେଇ ଭାରତ ଆସୁଥିବା ବେଳେ ୱାଘା ସୀମାନ୍ତରେ ଗୁରୁବାର ଦିନ ପ୍ରାୟ ଗୋଟାଏ ବେଳେ ଅଟକି ରହିଥିଲା ।

ଏହି ସେବା ବନ୍ଦ ହୋଇନଥିବା ଭାରତୀୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ମାତ୍ର ସୁରକ୍ଷା ଦୃଷ୍ଟିକୋଣରୁ ପାକିସ୍ତାନୀ କର୍ତ୍ତୃପକ୍ଷ ଏହି ଟ୍ରେନଟିକୁ ତାଙ୍କ ଆଡୁ ବନ୍ଦ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି । ୱାଘା ସୀମାନ୍ତରେ ଟ୍ରେନଟି ଅଟକି ରହିଥିବା ବେଳେ ଭାରତୀୟ ଉତ୍ତର ରେଳବାଇ ପକ୍ଷରୁ ଏକ ଇଞ୍ଜିନ ଯୋଡ଼ାଯାଇ ଟ୍ରେନଟିକୁ ଭାରତୀୟ ସୀମା ମଧ୍ୟକୁ ଆଣିବାକୁ ପ୍ରଚେଷ୍ଟା ଚାଲିଛି ।

ଏହି ସମଝୌତା ଏକ୍ସପ୍ରେସ ଦିଲ୍ଲୀ ଓ ଲାହୋର ମଧ୍ୟରେ ଚଳାଚଳ କରୁଥିବା ବେଳେ ଗତ ଫେବୃଆରି ମାସରେ ଫୁଲୱାମା ଆକ୍ରମଣ ଯୋଗୁଁ ଟ୍ରେନସେବା ବ୍ୟାହତ ହୋଇଥିଲା । ସେହିପରି ଗତବର୍ଷ ମଧ୍ୟ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ଅବନତି ଘଟିବା ଯୋଗୁଁ ଏହି ଟ୍ରେନ ଚଳାଚଳ କିଛିଦିନ ଲାଗି ବନ୍ଦ ରହିଥିଲା ।

Leave A Reply

Your email address will not be published.