Latest Odisha News

BREAKING NEWS

ଆମେରିକାରେ ସ୍ଥିତି ଅସମ୍ଭାଳ: ୧ ଲକ୍ଷ ଟପିଲା କରୋନା ମୃତ୍ୟୁ ସଂଖ୍ୟା

ୱାଶିଂଟନ: ସାରା ବିଶ୍ୱରେ କରୋନା ସଙ୍କଟ। ଏଥିରେ ସର୍ବାଧିକ ପ୍ରଭାବିତ ହୋଇଛି ଶକ୍ତିଶାଳୀ ରାଷ୍ଟ୍ର ବୋଲାଉଥିବା ଆମେରିକା । ଏହାର ପ୍ରଭାବରେ ଆମେରିକାରେ ୧ ଲକ୍ଷ ଟପିଲାଣି ମୃତ୍ୟୁ ସଂଖ୍ୟା। ଯାହା ବିଶ୍ୱରେ ସର୍ବାଧିକ ।
ଜନ୍ ହପକିନ୍ସ ୟୁନିଭର୍ସିଟିର ରିପୋର୍ଟ ଅନୁଯାୟୀ ସେଠାରେ ୨.୫ ଲକ୍ଷରୁ ଅଧିକ ରୋଗୀ ସୁସ୍ଥ ହୋଇଥିବା ବେଳେ ୧.୬୯ ମିଲିୟନ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି ।

କରୋନା ଜନିତ ସର୍ବାଧିକ ଆକ୍ରାନ୍ତ ତଥା ସର୍ବାଧିକ ମୃତ୍ୟୁ ସଂଖ୍ୟା ରହିଛି ଆମେରିକାରେ। ଆମେରିକାର ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ଏଠାକାର ୬୨ ହଜାରରୁ ଉର୍ଦ୍ଧ୍ବ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀ । ଏମାନଙ୍କ ମଧ୍ୟରୁ ପାଖାପାଖି ୨୯୧ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଥିବା ରିପୋର୍ଟରେ ପ୍ରକାଶିତ।

Leave A Reply

Your email address will not be published.