Latest Odisha News

BREAKING NEWS

ମରକ୍କୋ ଭୂକମ୍ପ: ୨ହଜାର ଟପିଲା ମୃତ୍ୟୁ ସଂଖ୍ୟା, ଧ୍ବଂସାବଶେଷ ତଳେ ଏବେବି ଫଶି ରହିଛନ୍ତି ଅନେକ

ଦିଲ୍ଲୀ: ଉତ୍ତର ଆଫ୍ରିକୀୟ ରାଷ୍ଟ୍ର ମରକ୍କୋରେ ବଢୁଛି ଭୂକମ୍ପ ଜନିତ ମୃତ୍ୟୁସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୨୦୦୦ରୁ ଅଧିକ ଲୋକଙ୍କର ଜୀବନ ଗଲାଣି  । ଏବଂ ୨ ହଜାରରୁ ଅଧିକ ଲୋକ ଆହତ ହୋଇଥିବାର ସୂଚନା ମିଳୁଛି ।  ଆଗକୁ ମୃତକଙ୍କ ସଂଖ୍ୟା ଆହୁରି ଅଧିକ ହୋଇପାରେ ବୋଲି ଆଶଙ୍କା କରାଯାଉଛି  । ଏବେ ବି ଅନେକ ଲୋକ ଧ୍ବଂସାବଶେଷ ତଳେ ଫସି ରହିଛନ୍ତି  । ସେମାନଙ୍କୁ ଉଦ୍ଧାର କରିବାକୁ ଉଦ୍ଧାରକାରୀ ଦଳ ସବୁପ୍ରକାର ଚେଷ୍ଟା କରୁଛନ୍ତି । ଉଦ୍ଧାର ଓ ଚିକିତ୍ସା କାମରେ ଅହରହ ଲାଗିଛନ୍ତି ୨୫୦ରୁ ଅଧିକ ମେଡିକାଲ୍, ରିଲିଫ ଓ ରେସକ୍ୟୁ ଟିମ୍ ।

ସୂଚନା ଅନୁଯାୟୀ ଶୁକ୍ରବାର ରାତିରେ  ହଠାତ୍ ମରକ୍କୋ ମାଟି ଥରି ଉଠିଥିଲା  । ୬.୮ ତୀବ୍ରତାର ଶକ୍ତି ଭୂକମ୍ପର ସାମ୍ନା କରିଥିଲା ମରକ୍କୋର ମାରାକେସ ସହର। ଏହାସହ ଅଲ ହୌଜ, ଓଆରଜାଟେ, ଅଜିଲାଲ, ଚିଚାଓଆ ଆଦି ଅଞ୍ଚଳରେ ବି କମ୍ପନ ଅନୁଭୂତ ହୋଇଥିଲା । ମଧ୍ୟ ରାତିରେ ଲୋକମାନେ ଶୋଇଥିବା ବେଳେ ଭୂକମ୍ପ ହୋଇଥିବାରୁ ଅନେକ ଲୋକ ଘରୁ ବାହାରି ପାରିନଥିଲେ। ସହରର ଅଧିକାଂଶ କୋଠା ମାଟିରେ ମିଶିଯାଇଥିବାବେଳେ ବହୁ ବିଲ୍ଡିଂ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ଏବେ ବି ପ୍ରଭାବିତ ଘର ଭିତରକୁ ଯିବା ପାଇଁ ଭୟ କରୁଛନ୍ତି । ପୂର୍ବରୁ ୨୦୦୪ ମସିହାରେ ଉତ୍ତର ପୂର୍ବ ମରକ୍କୋର ଅଲ୍ ହୋକିଇମା ଠାରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା  । ଯେଉଁଥିରେ  ୬୨୮ ଲୋକଙ୍କର ମୃତ୍ୟୁ ଘଟିଥିଲା ।

ଏହି ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । କହିଛନ୍ତି ଏହି ଘଡିସନ୍ଧି ମୁହୁର୍ତ୍ତରେ ମୁଁ ସଦାସର୍ବଦା ମରକ୍କୋବାସୀଙ୍କ ସହିତ ରହିଛି  । ଯେଉଁମାନେ ନିଜ  ପ୍ରିୟଜନଙ୍କୁ ହରାଇଛନ୍ତି , ସେମାନଙ୍କ ପ୍ରତି ମୁଁ ଗଭୀର ସମ୍ବେଦନ ଜଣାଉଛି  । ଏବଂ ଏଥିରେ ଆହତ ହୋଇଥିବା ଲୋକଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ଯଥା ସମ୍ଭବ ସହାୟତା ଯୋଗାଇଦେବାକୁ ପ୍ରସ୍ତୁତ ରହିଛି  ।

Leave A Reply

Your email address will not be published.