Latest Odisha News

BREAKING NEWS

ଏମିତି ବି ଆସେ ମୃତ୍ୟୁ : ହୋଟେଲରେ ଖାଇବାକୁ ବସିଥିଲେ ଟଳିପଡିଲେ

ପୁରୀ: ଏମିତି ବି ମୃତ୍ୟୁ ଆସେ । ହୋଟେଲରେ ଖାଇବା ପାଇଁ ବସିଥିବାବେଳେ ଚାଲିଗଲା ଜୀବନ । ଯାହା ସମସ୍ତଙ୍କୁ  ସ୍ତମ୍ଭିଭୂତ କରିଛି। ଏହା ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ପୁରୀ ବେଳାଭୂମି ରେଣୁକା ଗଳିରେ ଥିବା ଏକ ପେଟପୂଜା ନାମକ ହୋଟେଲରେ ଘଟିଛି ଏଭଳି ଅଭାବନୀୟ ଘଟଣା। ହୋଟେଲକୁ ଖାଇବାକୁ ଆସି ବସିଥିବାବେଳେ ହଠାତ ଟଳିପଡ଼ିଥିଲେ ଗ୍ରାହକ । ମୃତ୍ୟୁ ସମୟର ପୂରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।

ତେବେ ହୋଟେଲ ମାଲିକଙ୍କ କହିବା ଅନୁଯାୟୀ ଶ୍ରୀକାକୁଲମ ଅଞ୍ଚଳର ଜଣେ ବ୍ୟକ୍ତି ସମୁଦ୍ର କୂଳରେ ରାସ୍ତାରେ ବସି ଜୋତା ସିଲାଇ କରି ପେଟ ପୋଷୁଥିଲେ। ଦୀର୍ଘ ପାଞ୍ଚ ବର୍ଷ ହେବ ପ୍ରତିଦିନ ସନ୍ଧ୍ୟାରେ ରେଣୁକାଗଳିରେ ଥିବା ଏହି ପେଟପୂଜା ହୋଟେଲକୁ ଆସି ଖାଉଥିଲେ। ହେଲେ ଗତକାଲି ଯାହା ଘଟିଲା ତାହା ସମସ୍ତଙ୍କ ହୋସ ଉଡାଇଦେଲା।

ପ୍ରଥମେ ହୋଟେଲକୁ ଆସି ବିଚଳିତ ଦେଖାଯାଉଥିଲେ ସଂପୃକ୍ତ ବ୍ୟକ୍ତି । ପରେ ହଠାତ ସେଇଠି ହିଁ ଟଳିପଡ଼ିଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ସିସିଟିଭି ଫୁଟେଜରେ ମୃତକଙ୍କ ମୃତ୍ୟୁର ଦୃଶ୍ୟ କଏଦ ହୋଇଛି। ହୋଟେଲକୁ ଆସିବା, ହୋଟେଲରେ ବସିବା, ବିଚଳିତ ହେବା ଆଉ ତାପରେ ପଛକୁ ଗଳିପଡିବା ସହ ଜୀବନ ଚାଲିଯିବାର ଦୃଶ୍ୟ ରହିଛି। ଯାହା ସମସ୍ତଙ୍କୁ ଚକିତ କରିଛି ।

Leave A Reply

Your email address will not be published.