Latest Odisha News

BREAKING NEWS

ଫିଲିପାଇନ୍ସରେ ବର୍ଷର ସବୁଠାରୁ ଶକ୍ତିଶାଳୀ ଟାଇଫୁନରେ ମୃତ୍ୟୁ ସଂଖ୍ୟା ୨୦୮କୁ ବୃଦ୍ଧି

ମାନିଲା: ଚଳିତବର୍ଷ ଫିଲିପାଇନ୍ସରେ ପ୍ରବଳ ଶକ୍ତିଶାଳୀ ତୋଫାନରେ ମୃତ୍ୟୁ ସଂଖ୍ୟା ୨୦୮କୁ ବୃଦ୍ଧି ପାଇଛି । ଏନେଇ ସୋମବାର ନ୍ୟାସନାଲ ପୋଲିସ କହିଛି । ଏହା ନିକଟ ଅତୀତରେ ଦେଶରେ ଘଟିଥିବା ଘାତକ ଘୂର୍ଣ୍ଣିବଳୟ ମଧ୍ୟରୁ ଗୋଟିଏ । ଫିଲାଫାଇନ୍ସ ଦ୍ୱୀପପୁଞ୍ଜର ଦକ୍ଷିଣ ଏବଂ ମଧ୍ୟଭାଗକୁ ଧ୍ୱଂସ କରିବା ପରେ ଏହି ତୋଫାନ ଯୋଗୁଁ ୨୩୯ଜଣ ବ୍ୟକ୍ତି ଆହତ ହୋଇଥିଲେ । ୫୨ଜଣ ନିଖୋଜ ଥିଲେ ।

ସୁପର ଟାଇଫୁନ୍ ପାଲଟି ରାଇ ଗତ ଗୁରୁବାର ଦିନ ଏହି ଦୀପରାଷ୍ଟ୍ର ଉପର ଦେଇ ପ୍ରବାହିତ ହୋଇଥିଲା । ଏଥିରୁ ୩ଲକ୍ଷରୁ ଅଧିକ ଲୋକ ନିଜ ଘର ଏବଂ ସମୁଦ୍ରକୂଳ ରିସର୍ଟ ଛାଡ଼ି ପଳାଇଥିଲେ । କ୍ଷୟକ୍ଷତିର ପରିମାଣ ପ୍ରତିଷ୍ଠା କରିବା କଷ୍ଟସାଧ୍ୟ । କାରଣ ଅନେକ ଅଞ୍ଚଳ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ।

ପୂର୍ବରୁ ମଧ୍ୟ ରେଡ଼କ୍ରସ ଅଧ୍ୟକ୍ଷ ରିଚାର୍ଡ଼ ଗର୍ଡ଼ନ କହିଥିଲେ, ବାସଗୃହ, ଡ଼ାକ୍ତରଖାନା, ସ୍କୁଲ ଏବଂ ଗୋଷ୍ଠୀ ଆବାସ ଭାଙ୍ଗିରୁଜି ଯାଇଛି । ଏହି ଘୂର୍ଣ୍ଣିବଳୟ ଛାତଗୁଡ଼ିକୁ ଭାଙ୍ଗି ଦେଇଥିଲା । ଗଛଗୁଡ଼ିକୁ ଉପୁଡ଼ି ଦେଇଥିଲା, ପାୱାର ପୋଲଗୁଡ଼ିକୁ ଭାଙ୍ଗି ଦେଇଥିଲା । ଯାହାଫଳରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଥିଲା ଏବଂ ଗାଁଗୁଡ଼ିକୁ ବନ୍ୟାଜଳ ପଶିଥିଲା ।

Comments are closed.