Latest Odisha News

BREAKING NEWS

ରଣଜୀ ଟ୍ରଫି: ବରୋଦା ବିପକ୍ଷରେ ଓଡିଶାର ଚମତ୍କାର ବ୍ୟାଟିଂ ପ୍ରଦର୍ଶନ

କଟକ: ବରୋଦା ବିପକ୍ଷ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚର ପ୍ରଥମ ଦିବସରେ ଓଡିଶା ବ୍ୟାଟ୍ସମ୍ୟାନ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି । ଦ୍ୱିତୀୟ ଦିବସ ଶେଷ ସୁଦ୍ଧା ଓଡିଶା ପ୍ରଥମ ଇନିଂସରେ ୪୫୭ ରନ କରି ଅଲଆଉଟ ହୋଇ ଯାଇଛି । ଏହାର ଜବାବରେ ବରୋଦା କୌଣସି ୱିକେଟ ନ ହରାଇ ୭୭ ରନ ସଂଗ୍ରହ କରି ନେଇଛି । ଦ୍ୱିତୀୟ ଦିବସ ଖେଳ ଆରମ୍ଭ ବେଳକୁ ଓଡିଶା ୫ ୱିକେଟ ବିନିମୟରେ ୨୧୪ ରନ କରିଥିଲା । ଏହା ପରେ ଅଳ୍ପ ରନ ବ୍ୟବଧାନରେ ୩ଟି ୱିକେଟ ପଡି ଯାଇଥିଲା । ୨୮୫ ରନରେ ୮ଟି ୱିକେଟ ହରାଇଥିଲା ।

୯ମ ୱିକେଟରେ ଓଡିଶା ଇନିଂସ ସମ୍ଭାଳିଥିଲେ ଦେବବ୍ରତ ପ୍ରଧାନ ଓ ଶୁଭମ ନାୟକ । ସେମାନେ ୧୬୧ ରନର ପାର୍ଟନରଶିପ ସଂଗ୍ରହ କରି ଓଡିଶାର ସ୍କୋର ୪୦୦ ପାର କରାଇଥିଲେ । ଦେବବ୍ରତ ୮୯ ଓ ଶୁଭମ ୮୨ ରନ କରିଥିଲେ । ପୂର୍ବରୁ ଅଭିଷେକ ରାଉତ ୭୦, ଶାନ୍ତନୁ ମିଶ୍ର ୬୧ ଓ ଶୁଭ୍ରାଂଶୁ ସେନାପତି ୫୨ ରନ କରିଥିଲେ । ନିନାଦ ରଥୱା ବରୋଦା ପକ୍ଷରୁ ସର୍ବାଧିକ ୫ଟି ଓ ଭାର୍ଗବ ଭଟ୍ଟ ୩ଟି ୱିକେଟ ଅକ୍ତିଆର କରିଥିଲେ ।

Comments are closed.