Latest Odisha News

ଅଳିଆ ଗଦା ଉପାଖ୍ୟାନକୁ ନେଇ ଭର୍ତ୍ତୃହରି-ଦେବାଶିଷ ମୁହାଁମୁହିଁ

ଭୁବନେଶ୍ୱର: ଅଳିଆ ଗଦା ଉପାଖ୍ୟାନକୁ ନେଇ ଭର୍ତ୍ତୃହରି-ଦେବାଶିଷ ମୁହାଁମୁହିଁ। ରାଜ୍ୟରେ ଯେଉଁମାନେ ଅଳିଆ ଗଦା କରିଛନ୍ତି ସେମାନଙ୍କୁ ଜେଲରେ ପୂରାଯିବ ବୋଲି ଭର୍ତ୍ତୃହରି କହିବା ପରେ ଅଳିଆ କିଏ, ତାଙ୍କ ଦଳରେ ଅଳିଆ ଅଛନ୍ତି ନା ଆମ ଦଳରେ ଅଛନ୍ତି ବୋଲି ପଚାରିଛନ୍ତି ବିଜେଡି ସାଂସଦ ଦେବାଶିଷ।

ରତ୍ନଭଣ୍ଡାର ପ୍ରସଙ୍ଗକୁ ନେଇ ବିଜେଡିକୁ ଭର୍ତ୍ତୃହରି ମହତାବ ଟାର୍ଗେଟ କରିଛନ୍ତି। କଟକ ନିଶ୍ଚିନ୍ତକୋଇଲି ଅହମ୍ମଦ ବକ୍ସ ସରକାରୀ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇ ସେ ପୂର୍ବର ବିଜେଡି ସରକାର ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ କଡା କାର୍ୟ୍ୟାନୁଷ୍ଠାନର ଆବଶ୍ୟକତା ରହିଛି। ସମସ୍ତଙ୍କୁ ଜେଲ୍‌ରେ ପଠାଇଲେ ଜେଲର କଠୋରୀ ଅଭାବ ପଡିବ ଅଳିଆ ହଟାଇବାକୁ ପଡିବ। ତେଣୁ ଆସନ୍ତା ବଜେଟରେ ଜେଲ ବିଭାଗ ପାଇଁ ଅଧିକ ଅର୍ଥ ବ୍ୟୟ ବରାଦ ଆବଶ୍ୟକତା ଅଛି ବୋଲି ମହତାବ କହିଛନ୍ତି।

ଅନ୍ୟପଟେ ଭର୍ତ୍ତୃହରି ମହତାବଙ୍କ ଏହି ବକ୍ତବ୍ୟକୁ ନେଇ ବିଜେଡି ସାଂସଦ ଦେବାଶିଷ ବିଜେପିକୁ ପାଲଟା ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ‘ଭର୍ତ୍ତୃହରି ସ୍ପଷ୍ଟ କରନ୍ତୁ ଅଳିଆ କିଏ, କେଉଁ ଦଳରେ ଅଳିଆ ଅଛନ୍ତି। କାହାକୁ ଇଙ୍ଗିତ କରିଛନ୍ତି, ତାଙ୍କ ଦଳରେ ନା ଆମ ଦଳରେ ତାହା ସ୍ପଷ୍ଟ କରନ୍ତୁ। ଦୀର୍ଘ ବର୍ଷ ବିଜେଡିରେ ଥିଲେ, ଯଦି ଅଳିଆ ଥିଲେ ଫୋରମ୍‌ରେ କହିବାର ଥିଲା। ଏବେ ଦଳ ପରିବର୍ତ୍ତନ କରିଥିବାରୁ ଏପରି କଥା କହୁଛନ୍ତି। କେନ୍ଦ୍ରରେ ତାଙ୍କର, ରାଜ୍ୟରେ ବି ତାଙ୍କ ସରକାର, ଅଳିଆ ସଫା କରାନ୍ତୁ। ସଂସଦରେ ମହାନଦୀ ପ୍ରସଙ୍ଗ ଉଠାନ୍ତୁ, ଏପରି ଅବାନ୍ତର ପ୍ରସଙ୍ଗ ନ ଉଠାନ୍ତୁ।’

Comments are closed.