ଭୁବନେଶ୍ବର: ଦେବାଶିଷ ସାମନ୍ତରାୟଙ୍କୁ ରାଜ୍ୟସଭା ପ୍ରାର୍ଥୀ କଲା ବିଜେପି। ଓଡ଼ିଶା ପାଇଁ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନ ଲାଗି ତାଙ୍କୁ ଚୟନ କରାଯାଇଛି। ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ବିଧିବଦ୍ଧ ଭାବେ ପ୍ରାର୍ଥୀ ଘୋଷଣା କରାଯାଇଛି।
ଉଲ୍ଲେଖଯୋଗ୍ୟ, ଗତ ୨୫ ତାରିଖରେ ଦେବାଶିଷ ସାମନ୍ତରାୟ ଦଳର ପ୍ରାଥମିକ ସଦସ୍ୟ ପଦ ଏବଂ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ। ଦଳ ଭିତରେ ତାଙ୍କୁ ‘ସିଷ୍ଟମାଟିକାଲି ବେଲିଟିଲ୍ଡ’ କରାଯାଉଥିବା ଅଭିଯୋଗ ଆଣି ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇଥିଲେ। ଏହାର ପରଦିନ ହିଁ ସେ ଦିଲ୍ଲୀରେ ବିଜେପିର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଜେପିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି।
ଅପରପକ୍ଷରେ ଜୁନ୍ ୧୮ ତାରିଖରେ ଓଡ଼ିଶାରୁ ଗୋଟିଏ ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ନେଇ ଘୋଷଣା କରିଛନ୍ତି। ECI ଦ୍ୱାରା ଜାରି ଏକ ପ୍ରେସ୍ ନୋଟ୍ ଅନୁଯାୟୀ, ୨୫ ମେ ୨୦୨୬ରେ ଦେବାଶିଷ ସାମନ୍ତରାୟ ରାଜ୍ୟସଭାରୁ ଇସ୍ତଫା ଦେବା ପରେ ଏହି ପଦବୀ ଖାଲି ପଡ଼ିଥିଲା। ତାଙ୍କର କାର୍ଯ୍ୟକାଳ ମୂଳତଃ ୩ ଏପ୍ରିଲ ୨୦୩୦ ପର୍ଯ୍ୟନ୍ତ ଜାରି ରହିବାକୁ ସ୍ଥିର କରାଯାଇଥିଲା।