Latest Odisha News

BREAKING NEWS

ପ୍ରକାଶ ପାଇଲା ଓଏଏସ୍ ପରୀକ୍ଷା ଫଳ; ଦେବାଶିଷ ପଣ୍ଡା ହେଲେ ଟପ୍ପର୍

ଭୁବନେଶ୍ୱର: ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷା – ୨୦୧୮ର ପରୀକ୍ଷା ଫଳ ସୋମବାର ଦିନ ପ୍ରକାଶ ପାଇଛି । ଦେବାଶିଷ ପଣ୍ଡା ଓଏଏସ୍ ପରୀକ୍ଷାରେ ପ୍ରଥମ ହୋଇଛନ୍ତି ।

ଦେବାଶିଷ ପଣ୍ଡା ସୁନ୍ଦରଗଡ଼ ଜିଲ୍ଲା ବଣାଇ ସବ୍ ଡିଭିଜନ ଅନ୍ତର୍ଗତ ଜକାଇକଳା ଗ୍ରାମର ବାସିନ୍ଦା । ଦେବାଶିଷଙ୍କ ଉଭୟ ବାପା ମାଆ ସ୍କୁଲ ଶିକ୍ଷକ ଥିବା ବେଳେ ସେ ଆଗ୍ରୋନୋମିରେ ଏମଏସସି ଡିଗ୍ରୀ ହାସଲ କରିଛନ୍ତି ।

ସେହିପରି ଭାବେ ଏହି ପରୀକ୍ଷାରେ ରୁତୁପର୍ଣ୍ଣା ପଣ୍ଡା ଦ୍ୱିତୀୟ ସ୍ଥାନ ହାସଲ କରିଥିବା ବେଳେ ତୃତୀୟ ସ୍ଥାନରେ ରହିଛନ୍ତି ଆକାଶ କୁମାର ପଣ୍ଡା ।

“୨୦୧୯ ଡିସେମ୍ବର ୧୨ରୁ ୨୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ୨୦୧୮ ସିିଭିଲ୍ ସର୍ଭିସ ପରୀକ୍ଷାର ପର୍ସନାଲିଟି ଟେଷ୍ଟ ଆଧାରରେ ୨୧୮ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷାର ଗ୍ରେଡ଼ ଏ ଏବଂ ଗ୍ରେଡ଼ ବି ପଦବୀରେ ନିଯୁକ୍ତି ଲାଗି ଏହି ସମସ୍ତ ପ୍ରାର୍ଥୀ ଯୋଗ୍ୟ ବିବେଚିତ ହୋଇଛନ୍ତି,” ବୋଲି ଓପିଏସସି ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

କୃତକାର୍ଯ୍ୟ ହୋଇଥିବା ସମସ୍ତ ୨୧୮ ପରିକ୍ଷାର୍ଥୀଙ୍କ ମଧ୍ୟରୁ ୭୨ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି ।

ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ପ୍ରାର୍ଥୀମାନଙ୍କର ତାଲିକା ଓପିଏସସିର ୱେବସାଇଟ୍ http://opsc.gov.in ରେ ଉପଲବ୍ଧ ହେବ ।

Leave A Reply

Your email address will not be published.