ଭୁବନେଶ୍ୱର: ହରିୟାଣାର ଝାଜେରରେ ଅନୁଷ୍ଠିତ ସର୍ବଭାରତୀୟ ଟେନିସ ଆସୋସିଏଶନ ସୁପର ସିରିଜ ଟୁର୍ଣ୍ଣାମେଂଟରେ ବାଜି ମାରିଛନ୍ତି ଓଡିଶାର ଟପ ରେଟେଡ ଖେଳାଳି ଦେବାଶୀଷ ସାହୁ । ୧୬ ବର୍ଷରୁ କମ୍ ପୁରୁଷ ସିଙ୍ଗଲ୍ସ ଏବଂ ଡବଲ୍ସ ବିଭାଗରେ ସେ ଟାଇଟଲ ହାସଲ କରିଛନ୍ତି । ସିଙ୍ଗଲ୍ସ ଟାଇଟଲ ମୁକାବିଲାରେ ପଞ୍ଜାବର ହିତେଶ ଚୌହ୍ୱାନଙ୍କୁ ସେ ୬-୪, ୬-୪ରେ ପଂଏଟରେ ପରାସ୍ତ କରିଥିଲେ । ପୂର୍ବରୁ ସେମିରେ ମଧ୍ୟ ସେ ଦିଲ୍ଲୀର ଅର୍ଜୁନ ପଣ୍ଡିତଙ୍କୁ ୬-୧, ୬-୦ରେ ହରାଇଥିଲେ । ଡବଲ୍ସ ଫାଇନାଲରେ ଦେବାଶୀଷ ଓ ହିତେଶ ଯୋଡି ୪-୬, ୬-୩ (୧୦-୩)ରେ ଦିଲ୍ଲୀର ଅର୍ଜୁନ ପଣ୍ଡିତ ଓ ହରିୟାଣାର ଦୀପମ ମଲିକ ଯୋଡିଙ୍କୁ ପରାସ୍ତ କରିଥିଲେ ।
ସୂଚନାଯୋଗ୍ୟ, ଦେବାଶୀଷ ରାଜ୍ୟର ପ୍ରଥମ ଖେଳାଳି ଭାବେ ଜୁନିୟର (୧୪ ବର୍ଷରୁ କମ୍ ବିଭାଗ) ରୋଡ ଟୁ ୱିମ୍ବେଲଡନ ପାଇଁ ମନୋନୀତ ହୋଇଥିଲେ । ତେବେ କରୋନା ମହାମାରୀ ଯୋଗୁ ଟୁର୍ଣ୍ଣାମେଂଟଟି ବାତିଲ ହୋଇ ଯାଇଥିଲା । ୧୬ ବର୍ଷରୁ କମ୍ ବିଭାଗରେ ଭାରତର ୧୩ତମ ମାନ୍ୟତାପ୍ରାପ୍ତ ଏହି ଯୁବ ଖେଳାଳି ଏବେ ଡେଭିସ କପ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ।
BREAKING NEWS
- Union Budget 2026:ଏହା ଦରଦାମ୍ ବଢାଇବ ଓ ବେକାରୀ ସମସ୍ୟା ବୃଦ୍ଧି କରିବ…ବଜେଟକୁ ନେଇ କହିଲେ କେଜରିୱାଲ
- Dzukou valley: ମଣିପୁର ଜଙ୍ଗଲରେ ନିଆଁ;ବାୟୁସେନାର ହେଲିକପ୍ଟର ୪୦ହଜାର ଲିଟର ପାଣିର କଲାଣି ବର୍ଷା
- Ganja Seized: ୮୦ କେଜି ଗଞ୍ଜେଇ ଜବତ, ବନ୍ଧାହେଲା ଅଭିଯୁକ୍ତ
- Sushila Tiriya: ପୂର୍ବତନ ସାଂସଦ ସୁଶୀଳା ତିରିଆଙ୍କ ପରଲୋକ
- Budget 2026: ଜନଜାତିଙ୍କ କଲ୍ୟାଣ ପାଇଁ ଏକ ପରିବର୍ତ୍ତନଶୀଳ ବଜେଟ୍…ଓଡ଼ିଶାକୁ ଲାଭବାନ କରିବ: ଜୁଏଲ ଓରାମ
- Builder: ବିଲଡର ସଂସ୍ଥା ମାଲିକ ଗିରଫ; ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ
- ଟି୨୦ ବିଶ୍ୱକପ: ଭାରତ ସହ ଖେଳିବନି ପାକିସ୍ତାନ
- ଦିଗହୀନ ବଜେଟ୍; କେନ୍ଦ୍ରୀୟ ବଜେଟ୍ ୨୦୨୬କୁ କଡ଼ା ସମାଲୋଚନା କଲେ ବିରୋଧୀ ନେତା…
- ଟି୨୦ରେ କୋହଲିଙ୍କ ରେକର୍ଡ ଭାଙ୍ଗିଲେ ବାବର
- Violence in Balochistan: ବେଲୁଚିସ୍ତାନ ପ୍ରସଙ୍ଗରେ ପାକ୍ କୁ କଡ଼ା ଜବାବ ଦେଲା ଭାରତ; ଆଭ୍ୟନ୍ତରୀଣ ବିଫଳତାରୁ ଧ୍ୟାନ ହଟାଇବାର ପ୍ରୟାସ
Comments are closed.