Latest Odisha News

ବୃଦ୍ଧାଶ୍ରମରେ ଚକ୍ଷୁ ଓ ସ୍ବାସ୍ଥ୍ୟ ଚିକିତ୍ସା ଶିବିର କରି ଜନ୍ମଦିନ ପାଳିଲେ ଅଭିନେତା ଆକାଶ

ଭୁବନେଶ୍ବର : ଏକ ନିଆରା ପରିବେଶରେ ଜନ୍ମଦିନ ପାଳିଛନ୍ତି ଅଭିନେତା ଆକାଶ ଦାସନାୟକ । ପ୍ରତିବର୍ଷ ବର୍ଷ ପରି ଏଥର ମଧ୍ୟ ଅନାଥ ଆଶ୍ରମର କୁନି କୁନି ପିଲା, ସେବାଶ୍ରମ, ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ସହିତ ନିଜର ଜନ୍ମିନ ପାଳିଛନ୍ତି ଆକାଶ । ଚଳିତ ବର୍ଷ ଭୁବନେଶ୍ୱର ସ୍ଥିତ ଶ୍ରୀକ୍ରିଷ୍ଣା ବୃଦ୍ଧାଶ୍ରମରେ ନିଆରା ଭାବେ ଜନ୍ମଦିନ ପାଳିଛନ୍ତି ଆକାଶ । ଆକାଶଙ୍କ ଜନ୍ମଦିନ ଉପଲକ୍ଷେ ଉଡ୍ର ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ଏହି ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ପାଇଁ ଆୟୋଜନ ହୋଇଥିଲା ଚକ୍ଷୁ ଓ ସ୍ବାସ୍ଥ୍ୟ ଚିକିତ୍ସା ଶିବିର । ଚକ୍ଷୁ ଓ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଆବଶ୍ୟକ ଉପକରଣ ଓ ଔଷଧ ପ୍ରଦାନ କରାଯାଇଛି ।

ଶ୍ରୀ ହସ୍ପିଟାଲର ଡାକ୍ତର, ଭୂମିକା ଚକ୍ଷୁ ଚିକିତ୍ସାଳୟର ଡାକ୍ତର, CYTOPOTର ଡାକ୍ତର ଏହି ଚକ୍ଷୁ ଓ ସ୍ବାସ୍ଥ୍ୟ ଚିକିତ୍ସା ଶିବିରକୁ ସହଯୋଗ କରିଥିଲେ । ଜନ୍ମଦିନରେ ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ ଆକାଶଙ୍କର ଏହା ଥିଲା ଏକ ନିଆରା ପ୍ରୟାସ । ଶ୍ରୀକୃଷ୍ଣା ବୃଦ୍ଧାଶ୍ରମର ଅନ୍ତେବାସୀମାନେ ତାଙ୍କ ଜନ୍ମଦିନ ଉପଲକ୍ଷେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ତାଙ୍କ ଦୀର୍ଘଜୀବନ ପାଇଁ ଠାକୁରଙ୍କ ପାଖରେ ଶୁଭ ମନାସୀ ଥିଲେ ଏବଂ କେକ୍ କାଟି ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ । ଏହି ଅବସରରେ ଆକାଶ ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ସହ ଖୁସି ବାଣ୍ଟିଥିଲେ । ଜନ୍ମଦିନ ଅବସରରେ ଆକାଶଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସିନେ ପ୍ରଶଂସକ, ରାଜନୈତିକ ପ୍ରଶଂସକ, ବୁଦ୍ଧିଜୀବୀ । ଅନେକ ବିଶିଷ୍ଟ ବ୍ୟକ୍ତି ମଧ୍ୟ ଆକାଶଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

ଏହି ଅବସରରେ ଆକାଶ କହିଥିଲେ ଯେ, ସମସ୍ତେ ସେମାନଙ୍କର ଛୋଟ ପିଲାମାନଙ୍କୁ ଘରେ ରଖନ୍ତୁ, ମାସ୍କ ବ୍ୟବହାର କରନ୍ତୁ, ସାମାଜିକ ଦୂରତା ରକ୍ଷା କରନ୍ତୁ । ସେହିପରି ଜରୁରୀ କାମ ଥିଲେ ପିଲାମାନଙ୍କୁ ବାହାରକୁ ଯିବା ପାଇଁ ଅନୁମତି ଦିଅନ୍ତୁ, ଏବଂ କୋଭିଡ୍ ମହାମାରୀରୁ ରକ୍ଷା ପାଆନ୍ତୁ । ଜନ୍ମଦିନ ପାଳନ ଉତ୍ସବରେ ଶ୍ରୀ ହସ୍ପିଟାଲର ଡାକ୍ତର, ଭୂମିକା ହସ୍ପିଟାଲର ଡାକ୍ତର, CYTOPOTର ଡାକ୍ତର ଓ ଉଡ୍ର ଚାରିଟେବୁଲ୍‌ର ଟ୍ରଷ୍ଟର ସୁଭଶ୍ରୀ ମଙ୍ଗରାଜଙ୍କ ସହ ଅନ୍ୟମାନେ ଉପସ୍ଥିତ ରହି ଏଥିରେ ସହଯୋଗ କରିଥିଲେ ।

Leave A Reply

Your email address will not be published.