Latest Odisha News

BREAKING NEWS

ଧାମରା ବନ୍ଦରର ନୂତନ ସିଇଓ ଦେବେନ୍ଦ୍ର ଠକ୍କର

ଭଦ୍ରକ: ଦେବେନ୍ଦ୍ର ଠକ୍କର ଭଦ୍ରକ ଜିଲ୍ଲା ଧାମରା ପୋର୍ଟର ନୂତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଗତ ୨୫ ତାରିଖରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଠକ୍କର ଗତ ୩ ଦଶନ୍ଧି ଧରି ସମଗ୍ର ଦେଶରେ ସରକାରୀ ଏବଂ ବେସରକାରୀ ସଂସ୍ଥାଗୁଡ଼ିକର ବିଭିନ୍ନ ପଦପଦବୀରେ ଅବସ୍ଥାପିତ ରହି ନିଜର ଦକ୍ଷତା ପ୍ରତିପାଦନ କରିପାରିଛନ୍ତି।

ବର୍ତ୍ତମାନ ଧାମରା ବନ୍ଦରର ନୂତନ ସିଇଓ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ଦେବେନ୍ଦ୍ର ଠକ୍କର। ୨୦୦୮ ମସିହାରୁ ସେ ଅଦାନୀ ଗ୍ରୁପ୍ ସହ ସେ ଜଡ଼ିତ ଅଛନ୍ତି। ବୃତ୍ତିରେ ଜଣେ ଇଞ୍ଜିନିୟର ହୋଇଥିବା ବେଳେ ଶ୍ରୀ ଠକ୍କର ବିଜ୍‌ନେସ ଆଡମିନିଷ୍ଟ୍ରେସନରେ ସ୍ନାତକ ହାସଲ କରିଛନ୍ତି। ଏପିଏସ୍‌ଇଜେଡ୍ ଟିମ୍‌ର କୋର ଗ୍ରୁପର ଜଣେ ସଦସ୍ୟ ମଧ୍ୟ ଅଟନ୍ତି। ପୋର୍ଟ ପରିଚାଳନା, ପଣ୍ୟ କାରବାର, ପରିବହନ ଆଦି କ୍ଷେତ୍ରରେ ସେ ଏକ ସ୍ୱତନ୍ତ୍ର ଏକ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି।

Leave A Reply

Your email address will not be published.