Latest Odisha News

BREAKING NEWS

ଅପରାଜିତା ଭୋଟରଙ୍କୁ ନିଜର ଅହଙ୍କାର ଦେଖାଉଛନ୍ତି-ଶ୍ରୀମୟୀ

ଭୁବନେଶ୍ୱର: ବିଜେଡି-ବିଜେପି ମୁହାଁମୁହିଁ । ଜବାବ-ସୁଆଲରେ ରାଜନୀତି ସରଗରମ । ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡି ସାଂସଦ ସସ୍ମିତ ପାତ୍ର କଡା ଜବାବ ଦେଇଥିବାବେଳେ ଅପରାଜିତାଙ୍କୁ ସମାଲୋଚନା କରିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର ।

ସାଂସଦ ଅପରାଜିତା ଭୋଟରଙ୍କୁ ନିଜର ଅହଙ୍କାର ଦେଖାଉଛନ୍ତି ।  ମହିଳାଙ୍କ ପ୍ରଶ୍ନ ଏଡାଇବାକୁ ଯାଇ ସେମାନଙ୍କୁ ଗୁଣ୍ଡା ବୋଲି କହୁଛନ୍ତି ।  ଜାଲ୍‍ ଫଟୋ ପୋଷ୍ଟ କରି ମହିଳାଙ୍କୁ ଅପମାନିତ କରୁଛନ୍ତି । ଏମିତି କହି ସାଂସଦଙ୍କ ଉପରେ ବର୍ଷିଛନ୍ତି ଶ୍ରୀମୟୀ   । ଏଥିସହିତ   ଓଡିଆଙ୍କୁ ଗୁଣ୍ଡା ବୋଲି ନ କହିବାକୁ  ପରାମର୍ଶ ବି ଦେଇଛନ୍ତି ।

ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି,  ଅପରାଜିତା ଷଡଙ୍ଗୀ  ଏତେ ଅହଂକାରୀ ହୋଇଯାଇଛନ୍ତି ଯେ ଗତକାଲି  ଭୁବନେଶ୍ୱରର ସାଧାରଣ ଲୋକଙ୍କୁ ଗୁଣ୍ଡା ବୋଲି କହିଛନ୍ତି। ଆଜି ଭୁବନେଶ୍ୱରର ମହିଳାମାନେ ଆପଣଙ୍କୁ ଆକ୍ରମଣ କରିବାକୁ ଆସିଥିବା କହି ସେମାନଙ୍କୁ ଅପମାନିତ କରିଛନ୍ତି  ।

ଶ୍ରୀମତୀ ମିଶ୍ର ଅପରାଜିତାଙ୍କୁ କଡା ଜବାବ ଦେଇ କହିଛନ୍ତି,  ସେମାନେ ଆପଣଙ୍କୁ ପ୍ରାସଙ୍ଗିକ ପ୍ରଶ୍ନ ପଚାରୁଛନ୍ତି । ଆପଣ କାହିଁକି ତାହାକୁ ଏଡ଼ାଉଛନ୍ତି ?  ସେମାନଙ୍କୁ ଗୁଣ୍ଡା ବୋଲି କାହିଁକି କହୁଛନ୍ତି ? ଓଡିଆ ଲୋକଙ୍କୁ ଏବଂ ବିଶେଷକରି ଓଡିଶାର ମହିଳାମାନଙ୍କୁ ଗୁଣ୍ଡା ବୋଲି କହି ଅପମାନିତ କରନ୍ତୁ ନାହିଁ । ପଥର ଧରିଥିବା କିଛି ଜାଲ୍‍ ଫଟୋ ପୋଷ୍ଟ କରି ଆପଣ ଏହି ମହିଳାମାନଙ୍କୁ ଅପମାନିତ କରିବାକୁ ଚେଷ୍ଟା କରିଛନ୍ତି ବୋଲି ଶ୍ରୀମୟୀ ମିଶ୍ର କହିଛନ୍ତି ।

ଆପଣ ଜଣେ ଜନପ୍ରତିନିଧୀ ଏବଂ ସେମାନଙ୍କ ସେବା କରିବା ପାଇଁ ଅଛନ୍ତି, ସେମାନଙ୍କୁ ଏକଛତ୍ରବାଦୀ ଶାସନ କରିବା ପାଇଁ ନୁହେଁ । ଓଡ଼ିଶାର ଲୋକମାନେ ଆପଣଙ୍କର ଅହଙ୍କାର ଏବଂ ରାଜ୍ୟର ସାଧାରଣ ପୁରୁଷ ଓ ମହିଳାଙ୍କ ପ୍ରତି ଆପଣଙ୍କର ଆଚରଣ ଦେଖୁଛନ୍ତି ଏବଂ ଏହାର ଉପଯୁକ୍ତ ଉତ୍ତର ଦେବେ ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି ।

 

Leave A Reply

Your email address will not be published.