Latest Odisha News

BREAKING NEWS

Debrigarh Sanctuary: ଆନ୍ତର୍ଜାତୀୟ ଇକୋଟୁରିଜିମ୍ ଡେଷ୍ଟିନେସନ୍ ହେବ ଡେବ୍ରିଗଡ଼ ଅଭୟାରଣ୍ୟ;ବ୍ୟୟ ହେବ ୭୧ କୋଟି

ଭୁବନେଶ୍ବର: ଡେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟକୁ ଏକ ଆନ୍ତର୍ଜାତୀୟ ଇକୋଟୁରିଜିମ୍ ଡେଷ୍ଟିନେସନ୍ ଭାବରେ ବିକଶିତ କରାଯିବ । ୭୧ କୋଟି ଟଙ୍କା ବ୍ୟୟରେ ଆନ୍ତର୍ଜାତୀୟ ଇକୋଟୁରିଜିମ୍ ଡେଷ୍ଟିନେସନ୍ ହେବ ଦେବ୍ରିଗଡ଼ ଅଭୟାରଣ୍ୟ। ଏଥିପାଇଁ ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରାୟ ୭୧.୧୯ କୋଟି ଟଙ୍କା ମୂଲ୍ୟର ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର୍)କୁ ମଞ୍ଜୁରୀ ଦେଇଛନ୍ତି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ‘ଏକ୍ସ’ରେ ସୂଚନା ଦେଇଛନ୍ତି ।

ଅଭୟାରଣ୍ୟର ପ୍ରାୟ ୧୦୦ କିଲୋମିଟର ପରିସୀମା ଚାରିପାଖରେ ବାଡ଼ ନିର୍ମାଣ ପାଇଁ ସ୍ୱତନ୍ତ୍ର ଭାବରେ ଅତିରିକ୍ତ ପ୍ରାୟ ୧୪.୧୮ କୋଟି ଟଙ୍କା ପାଣ୍ଠି ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ବାଡ଼ ନିର୍ମାଣ ଦ୍ୱାରା ବନ୍ୟଜନ୍ତୁ ଓ ମଣିଷ ମଧ୍ୟରେ ସଂଘର୍ଷ ହ୍ରାସ ହୋଇପାରିବ । ଏହି ପ୍ରକଳ୍ପ ଡେବ୍ରିଗଡ଼ରେ ଇକୋଟୁରିଜିମ୍ ଭିତ୍ତିଭୂମିର ବିକାଶ କରିବା ସହିତ ସ୍ଥାନୀୟ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ ପ୍ରାକୃତିକ ସମ୍ପଦର ସୁରକ୍ଷାକୁ ଦୃଢ କରିବ ।

ସମ୍ପୃକ୍ତ ବିଭାଗକୁ ତୁରନ୍ତ ଏହି ଡିପିଆର ଅନୁଯାୟୀ ଆଗାମୀ ପଦକ୍ଷେପ ଗ୍ରହଣ କରିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

କେନ୍ଦ୍ରମନ୍ତ୍ରୀ ଏହି ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଏହି ନିଷ୍ପତ୍ତି ଦେବ୍ରିଗଡ଼ର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଆନ୍ତର୍ଜାତୀୟ ସ୍ତରରେ ପରିଚୟ ଦେବା ସହ ବନ୍ୟଜନ୍ତୁ ସଂରକ୍ଷଣରେ ସହାୟକ ହେବ ।

Comments are closed.