ଭୁବନେଶ୍ୱର: ଆସନ୍ତାକାଲି ସକାଳ ୭ଟାରେ ଓଡ଼ିଶାରେ ସରୁଛି ଲକଡାଉନ୍ । ଆଜି ଆସିବ ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ୍ । ପର୍ୟ୍ୟାୟକ୍ରମେ ଅନଲକ୍ ଘୋଷଣା କରିପାରନ୍ତି ସରକାର । କେଉଁ ଜିଲ୍ଲା ଅନଲକ୍ ହେବ ? କେଉଁ ଜିଲ୍ଲାରୁ ଖୋଲିବ ନାହିଁ ତାଲା ? ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି । ବିଶେଷଜ୍ଞଙ୍କ ମତରେ ସଂକ୍ରମଣ ହାର ୫ ପ୍ରତିଶତରୁ କମ୍ ଓ ଆକ୍ଟିଭ୍ କେସ୍ କମ୍ ଥିବା ଜିଲ୍ଲାରେ କଟକଣା କୋହଳ କରିପାରନ୍ତି ସରକାର ।
୧୦ ଗ୍ରୀନ୍ ଜୋନ୍ ଜିଲ୍ଲାରେ କଣ ହେବ ?
ଏମିତି ଦେଖିଲେ ଉଭୟ ଆକ୍ଚିଭ୍ ଓ ପଜିଟିଭିଟିରେ ୧୦ ଜିଲ୍ଲା ଝାରସୁଗୁଡ଼ା, ସମ୍ୱଲପୁର, ସୋନପୁର, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି ଓ ରାୟଗଡ଼ା ଗ୍ରୀନ୍ ଜୋନରେ ଆସୁଛି । ଏସବୁ ଜିଲ୍ଲାରେ ଆକ୍ଟିଭ୍ କେସ୍ ହଜାରେ ଭିତରେ ଓ ପଜିଟିଭ୍ ହାର ୫ ପ୍ରତିଶତରୁ କମ୍ । ଏସବୁ ଜିଲ୍ଲା ପାଇଁ କଣ ନିଷ୍ପତ୍ତି ଆସିବା ଅପେକ୍ଷା ରହିଛି ।

ରେଡ୍ ଜୋନ୍ ଜିଲ୍ଲାରୁ ଖୋଲି ନପାରେ ତାଲା
ସେହିପରି ଆକ୍ଟିଭ୍ କେସ୍ ଓ ପଜିଟିଭିଟିରେ ରେଡ୍ ଜୋନରେ ଥିବା ଜିଲ୍ଲାରେ ଖୋଲି ନପାରେ ତାଲା । ଅର୍ଥାତ୍ ଯେଉଁଠି ସଂକ୍ରମଣ ହାର ଅଧିକ ସେଠାରେ କଟକଣା କୋହଳ ହୋଇ ନପାରେ । ଏହି ତାଲିକାରେ ଅଛନ୍ତି ୪ଜିଲ୍ଲା ଖୋର୍ଦ୍ଧା, କଟକ, ଯାଜପୁର, ବାଲେଶ୍ୱର । ଯାଜପୁର ଓ ବାଲେଶ୍ୱରରେ ସଂକ୍ରମଣ ହାର ୧୦ ପ୍ରତିଶତରୁ ଅଧିକ ରହିଛି । କଟକ ଓ ବାଲେଶ୍ୱରରେ ୮ପ୍ରତିଶତରୁ ଅଧିକ ରହିଛି ।
ବଳବତ୍ତର ରହିପାରେ ନାଇଟ୍ କର୍ଫ୍ୟୁ
ବିଶେଷଜ୍ଞଙ୍କ ମତରେ ଅନଲକ୍ ହେବାକୁ ଥିବା ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଓ ସପ୍ତାହାନ୍ତ ସଟଡାଉନ୍ ବଳବତ୍ତର ରହିପାରେ । ସେହିପରି ଅଧିକ ଭିଡ଼ ହେଉଥିବା ସ୍ଥାନ ଯଥା ମନ୍ଦିର, ମଲ୍, ସିନେମା ହଲ୍, ପାର୍କ, ଜିମ୍ ଆଦି ଖୋଲି ନପାରେ । ଧାର୍ମିକ, ସାମାଜିକ, ରାଜନୈତିକ, ସାଂସ୍କୃତିକ ସମାବେଶକୁ ମିଳିବନି ଅନୁମତି । ବିବାହ ଓ ଅନ୍ତ୍ୟେଷ୍ଟି କଟକଣା ବଳବତ୍ତର ରହିପାରେ । ଜୀବନ ଜୀବିକାକୁ ଗୁରୁତ୍ୱ ଦେଇ ଲକଡାଉନ୍ କଟକଣା କୋହଳ କରିପାରନ୍ତି ସରକାର ।
BREAKING NEWS
- ‘ବିଜେବି ଫ୍ରେଣ୍ଡସ୍-ଆଲୁମିନି ଆସୋସିଏସନ୍ ଅଫ୍ ବିଜେବି କଲେଜ୍’ ପକ୍ଷରୁ ‘ୟୁଥ୍ ରିମେମ୍ବରିଂ ଗାନ୍ଧୀ’ ପୁରସ୍କାର ସମାରୋହ ଆୟୋଜିତ
- ସପ୍ତମ ଓଡ଼ିଶା ଟ୍ରାଭେଲ ବଜାର ୨୦୨୬: ଭାରତର ପର୍ଯ୍ୟଟନ ବିକାଶରେ ନେତୃତ୍ୱ ନେବାକୁ ଓଡ଼ିଶା ପ୍ରସ୍ତୁତ
- Hirakud Dam:ବନ୍ଦ ହେଲା ହୀରାକୁଦର ୧୦ ଗେଟ୍;ଏତିକି ଗେଟ୍ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ
- ଟାଇମ ପତ୍ରିକାର ‘ଟାଇମ ୧୦୦ ନେକ୍ସଟ’ ତାଲିକାରେ ଭାରତର ବୈଭବ
- Regularizes Junior Teachersr:ନିୟମିତ ହେଲେ କନିଷ୍ଠ ଶିକ୍ଷକ,ନିୟମିତକରଣ ୧ ଜାନୁଆରୀ…
- ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ: ପ୍ରସିଦ୍ଧ ବାଦ,ୱାଶିଂଟନଙ୍କୁ ବିଶ୍ରାମ
- ଆଇସିସିର ନୂଆ ନିୟମ: ଆନ୍ତର୍ଜାତୀୟ କ୍ରିକେଟ୍ରେ ଆସିଲା ବଡ଼ ପରିବର୍ତ୍ତନ
- କନ୍ଧମାଳ ଜିଲ୍ଲାରେ ଟିପିଏସ୍ଓଡିଏଲ୍ ପକ୍ଷରୁ ‘ସୋଲାର ରଥ’ ଶୁଭାରମ୍ଭ
- ଏସୀୟ କ୍ରୀଡ଼ା ୨୦୨୬: ପାକିସ୍ତାନକୁ ହରାଇ ଫାଇନାଲରେ ଭାରତୀୟ ହକି ଦଳ
- Subhadra ShaktiBazaar:ମୁମ୍ବାଇରେ ‘ସୁଭଦ୍ରା ଶକ୍ତି ପପ୍-ଅପ୍ ବଜାର’;ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶିତ

Comments are closed.