Latest Odisha News

BREAKING NEWS

ଓଡ଼ିଶାରେ ନିମ୍ନଗାମୀ କରୋନା ସଂକ୍ରମଣ: ଆଜି ୩୫୩୫ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି କରୋନା ସଂକ୍ରମଣ । କ୍ରମାଗତ ଖସୁଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ୪ହଜାର ତଳକୁ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩ହଜାର ୫୩୫ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୨ହଜାର ୧୬ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୫ଶହ ୧୯ । ୨୧ ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଅଙ୍କ ଭିତରେ ରହିଛି । ଖୋର୍ଦ୍ଧାରୁ ସର୍ବାଧିକ ୫୩୩, ଯାଜପୁରରୁ ୩୪୮, କଟକରୁ ୩୨୦ ସଂକ୍ରମିତ ହୋଇଛନ୍ତି ।

ବାଲେଶ୍ୱରରୁ ୨୯୬, ଅନୁଗୋଳରୁ ୨୦୭, ପୁରୀରୁ ୧୮୭, ଭଦ୍ରକ ୧୮୪, ମୟୂରଭଞ୍ଜରୁ ୧୫୩, କେନ୍ଦ୍ରାପଡ଼ାରୁ ୧୦୪ ପଜିଟିଭ୍ ବାହାରିଛନ୍ତି । ବାକି ସବୁ ଜିଲ୍ଲାରେ ଶହେ ଭିତରେ ରହିଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ।

ରାଜ୍ୟରେ ୨୪ ଘଣ୍ଟାରେ ୫୮ହଜାର ୬୯୫ କୋଭିଡ୍ ଟେଷ୍ଟ ହୋଇଛି । ରାଜ୍ୟରେ ପଜିଟିଭ୍ ହାର ରହିଛି ୬.୦୨ ପ୍ରତିଶତ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୮ଲକ୍ଷ ୬୩ହଜାର ୬୧କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୮ଲକ୍ଷ ୧୧ହଜାର ୭୮୯ ଆକ୍ରାନ୍ତ । ଏବେ ରାଜ୍ୟରେ ୪୭ହଜାର ୭୯୬ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.