Latest Odisha News

ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର ସୁରକ୍ଷା ବୃଦ୍ଧି କରାଯିବାକୁ ନେଇ ନିଷ୍ପତ୍ତି

ପୁରୀ: ଦୀର୍ଘ ୪୬ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇ ଜୁଲାଇ ୧୪ ତାରିଖରେ ଖୋଲିଥିଲା ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ଭିତର ରତ୍ନ ଭଣ୍ଡାରରେ ଥିବା ମହାପ୍ରଭୁଙ୍କ ରତ୍ନ ଅଳଙ୍କାରକୁ ସ୍ଥାନାନ୍ତର କରାଯାଇ ଶ୍ରୀମନ୍ଦିର ଭିତରେ ଥିବା ଖଟଶେଯ ଗୃହରେ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ କରାଯାଇ ରତ୍ନ ଅଳଙ୍କାରକୁ ସିଲ୍ କରାଯାଇ କଡ଼ା ସୁରକ୍ଷାରେ ରଖାଯାଇଛି ।

 

ତେବେ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାରକୁ ସୁରକ୍ଷା ବୃଦ୍ଧି କରାଯିବାକୁ ନେଇ ଏବେ ନିଷ୍ପତ୍ତି ହୋଇଛି । ଏହାକୁ ପୂର୍ବ ଅପେକ୍ଷା ଅଧିକ ସୁରକ୍ଷିତ କରାଯିବାକୁ ପଦକ୍ଷେପ ନେଇଛି ଶ୍ରୀମନ୍ଦିର ପ୍ରଶାସନ । ଏଥିପାଇଁ ଶ୍ରୀମନ୍ଦିରପ୍ରଶାସନ ପକ୍ଷରୁ ଗୋଡ୍ରେଜ୍‌ ସିକ୍ୟୁରିଟିଜ ସହିତ ଆଲୋଚନା କରାଯାଇଛି ।

 

ବାହାର ରତ୍ନଭଣ୍ଡାରର ସୁରକ୍ଷା ମାନଦଣ୍ଡକୁ ଅଧିକ ସୁଦୃଢ଼ କରାଯିବ । ଏହା ସହିତ ସୁରକ୍ଷା ବ୍ୟବସ୍ଥାରେ ବାୟୋମେଟ୍ରିକ ବ୍ୟବସ୍ଥା ସହିତ ଡିଜିଟାଲାଇଜେସନକୁ ଗୁରୁତ୍ଵ ଦିଆଯିବ ବୋଲି ସୂଚନା ମିଳିଛି ।

 

ଅନ୍ୟପଟେ ତେବେ ନୂଆ ଏସଓପି ଆସିବା ପରେ ରତ୍ନ ଭଣ୍ଡାର ଯାଞ୍ଚ କରିବ ଏଏସଆଇ ।

Comments are closed.