Latest Odisha News

ପିଓକେକୁ ନେଇ ଜୟଶଙ୍କରଙ୍କ ବୟାନ, କହିଲେ ସଠିକ୍ ସମୟ ଆସିଲେ ନିଆଯିବ ନିଷ୍ପତ୍ତି

ନୂଆଦିଲ୍ଲୀ: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ପିଓକେ (POK) ଯୋଜନା ଉପରେ ନିଜର ମତ ରଖିଛନ୍ତି। ସେ କହିଛନ୍ତି ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ଫେରିବ ନା ନାହିଁ ତାହା ସଠିକ୍ ସମୟ ଆସିଲେ ସ୍ଥିର ହେବ। ତେବେ ପିଓକେ ଫେରସ୍ତ ହେବ ବୋଲି ସମଗ୍ର ଦେଶ ଆଶା କରୁଛି। ଜୟଶଙ୍କର କହିଛନ୍ତି ଯେ ଧାରା ୩୭୦ ହଟାଯିବ ବୋଲି କେହି କେବେ ଭାବି ନଥିଲେ। ସେହିଭଳି ପିଓକେ ମଧ୍ୟ ଫେରି ଆସିବ, କାରଣ ଏହା ଭାରତର ଅଟେ ଏବଂ ଆମେ ଏହାକୁ ଗ୍ରହଣ କରିବୁ।

ଜୟଶଙ୍କର କହିଛନ୍ତି ଯେ ୧୯୪୯ ମସିହାରେ ପଣ୍ଡିତ ନେହେରୁଙ୍କ ଯୋଗୁଁ କାଶ୍ମୀରର କିଛି ଅଂଶ ପାକିସ୍ତାନ ଅଧିନକୁ ଗଲା। ତେବେ ବର୍ତ୍ତମାନ ମୋଦୀଙ୍କ ଉପରେ ନେହେରୁଙ୍କ ଯୁଗର ଦୋଷ କାହିଁକି ଦିଆଯଆଉଛି ବୋଲି ବୈଦେଶିକ ବ୍ୟାପାକ ମନ୍ତ୍ରୀ ପ୍ରଶ୍ନ କରିଛନ୍ତି। ପାକିସ୍ତାନ ଚୀନକୁ ପିଓକେ ଜମି ଦେଇଥିଲା। ଧାରା ୩୭୦ ଅପସାରଣ ପରେ କାଶ୍ମୀରର ଭବିଷ୍ୟତ ବଦଳିଗଲା। ପିଓକେ ହେଉଛି ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଜଣଙ୍କର ଭୁଲ ଯୋଗୁଁ ଏହା ଆମଠାରୁ ଚାଲିଗଲା। କିନ୍ତୁ ସଠିକ୍ ସମୟ ଆସିଲେ ଏହା ମଧ୍ୟ ସ୍ଥିର ହୋଇଯିବ ପିଓକେ କାହାର।

ପାକିସ୍ତାନ କାଶ୍ମୀରର ପରିବେଶକୁ ନଷ୍ଟ କରିଦେଇଛି। ଜୟଶଙ୍କର କହିଛନ୍ତି ଯେ ବିନା ପ୍ରସ୍ତୁତିରେ ଦୁନିଆରେ କୌଣସି ବଡ ପଦକ୍ଷେପ ନେଇ ହେବ ନାହିଁ। ପିଓକେକୁ ଫେରାଇ ଆଣିବାକୁ ହେଲେ ପ୍ରଥମେ ଆମକୁ ପ୍ରସ୍ତୁତ ହେବାକୁ ପଡିବ ଓ କଠିନ ପରିଶ୍ରମ କରିବାକୁ ହେବ। ନିକଟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ନିର୍ବାଚନୀ ସାଧାରଣ ସଭାରେ ପିଓକେ ସମ୍ପର୍କରେ ଏକ ବୟାନ ଦେଇଥିଲେ। ସେ କହିଥିଲେ ଯେ ନିର୍ବାଚନ ପରେ ମୋଦୀଜୀଙ୍କୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଦିଅନ୍ତୁ, ଆସନ୍ତା ଛଅ ମାସ ମଧ୍ୟରେ ପିଓକେ ଭାରତର ଏକ ଅଂଶ ହେବ।

 

Comments are closed.