Latest Odisha News

BREAKING NEWS

୮ ମାସ ଧରି ମାଟି ତଳେ ଲୁଚିଥିଲା ମୋହନଙ୍କ ନିଖୋଜ ରହସ୍ୟ

କୋରାପୁଟ: ଦୀର୍ଘ ୮ ମାସ ପୂର୍ବରୁ ହୋଇଥିଲା ଅପହରଣ ଓ ହତ୍ୟା ଷଡଯନ୍ତ୍ର । ସଂଘବଦ୍ଧ ଯୋଜନାର ଶିକାର ସାଜିଥିଲେ କୋରାପୁଟ ଜିଲ୍ଲା ହାତୀବାରି ପଂଚାୟତ ଅନ୍ତର୍ଗତ ଡୁମୁରିବାରି ଗାଁର ଯୁବ ଠିକାଦାର ମୋହନ ଦାସ ହନ୍ତାଳ । ଶେଷରେ ନିଖୋଜ ଓ ହତ୍ୟା ମାମଲାର ପର୍ଦ୍ଦଫାସ୍ କରିବାରେ ସଫଳ ହୋଇଛି ପାଡୁଆ ପୋଲିସ ।

ମିଳିଥିବା ସୂଚନା ଅନୁଯାୟୀ ଯୁବ ଠିକାଦାର ମୋହନ ଦୀର୍ଘ ୮ ମାସ ପୂର୍ବରୁ ମାର୍ଚ୍ଚ ୧୩ ତାରିଖରେ ହଠାତ୍ ନିଖୋଜ ହୋଇଯାଇଥିଲେ । ଏ ନେଇ ପରିବାର ଲୋକେ ପାଡୁଆ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ଆରମ୍ଭ କରିଥିଲା ତନାଘନା । ଶେଷରେ ବହୁ ଖୋଳତାଡ ଓ ପଚରାଉଚରା ପରେ ମୋହନଙ୍କ ନିଖୋଜ ମାମଲାର ପର୍ଦ୍ଦାଫାସ୍ ହୋଇପାରିଛି ।

ଆଜି ସାନବାରି ପାହାଡରୁ ମନୋଜଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଅପହରଣ ଓ ହତ୍ୟା ମାମଲାରେ ୫ଜଣଙ୍କୁ ଗିରଫ କରାଯାଇଥିଲାବେଳେ ୨ ଜଣ ଫେରାର ଥିବା ଜଣାପଡିଛି । ଗିରଫ ଅଭିଯୁକ୍ତଙ୍କଠାରୁ ହତ୍ୟାରେ ବ୍ୟବହୃତ ଶାବଳ ଓ ଲୁହା ରଡ୍ ଜବତ ହୋଇଛି । ପୋଲିସ ତଦନ୍ତ ଅନୁଯାୟୀ ମନୋଜଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଶିବ ଖରା ସାଜିଥିଲା ମୁଖ୍ୟ କାର୍ପଟଦାର୍ ।

Leave A Reply

Your email address will not be published.