Latest Odisha News

BREAKING NEWS

ବଙ୍ଗୋପସାଗରରେ ଗଭୀତ ଅବପାତ ଆଜି ନେବ ବାତ୍ୟାର ରୂପ

ଭୁବନେଶ୍ୱର: ବଙ୍ଗୋପସାଗରରେ ଆଜି ସୃଷ୍ଟି ହେବ ବାତ୍ୟା । ଆକାର ଧାରଣ କରିବ ୟସ୍ । ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଡିପ୍ରେସନ୍ ଡିପ୍ ଡିପ୍ରେସନ୍ ବା ଗଭୀତ ଅବପାତରେ ପରିଣତ ହୋଇଛି । ଆଜି ଏହା ସାଇକ୍ଲୋନିକ୍ ଷ୍ଟର୍ମ ବା ସାମୁଦ୍ରିକ ଝଡ଼ର ରୂପ ନେବ । ସମୁଦ୍ର ଭିତରେ ବଳ ଗୋଟାଉଛି । ଗତ ୪ ଘଣ୍ଟା ହେବ ଘଣ୍ଟାପ୍ରତି ୬ କିଲୋମିଟର ବେଗରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଆଗକୁ ବଢୁଛି ।

ବର୍ତ୍ତମାନ ଡିପ ଡିପ୍ରେସନ୍ ପୋର୍ଟ ବ୍ଲେୟାରରୁ ୬୦୦ କି.ମି. ଦକ୍ଷିଣ-ଦକ୍ଷିଣ ପଶ୍ଚିମ, ପାରାଦୀପରୁ ୫୪୦ କି.ମି. ଦକ୍ଷିଣ-ଦକ୍ଷିଣ ପୂର୍ବ, ବାଲେଶ୍ୱରରୁ ୬୫୦ କି.ମି. ଦକ୍ଷିଣ-ପୂର୍ବ ଓ ଦୀଘା ଉପକୂଳରୁ ୬୩୦ କି.ମି. ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି ।

ବାତ୍ୟା ସୃଷ୍ଟି ହେବାର ୨୪ ଘଣ୍ଟା ଭିତରେ ଏହା ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମ ବା ଅତି ତୀବ୍ର ବାତ୍ୟାରେ ପରିଣତ ହେବ । ଏହା ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ଅଧିକ ଘନୀଭୂତ ହେବ । ୨୬ ତାରିଖ ସକାଳେ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ଉପକୂଳ ପାଖାପାଖି ପହଞ୍ଚିବ ବାତ୍ୟା ୟସ୍ । ସେହିଦିନ ସନ୍ଧ୍ୟା ସୁଦ୍ଧା ଉତ୍ତର ଓଡିଶା-ପଶ୍ଚିମବଙ୍ଗ ଉପକୂଳରୁ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲାଣ୍ଡଫଲ୍ କରିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବନୁମାନ କରିଛି ।

ତେବେ ନିର୍ଦ୍ଦିଷ୍ଟ ଭାବରେ କେଉଁଠି ୟସ୍ ସ୍ଥଳଭାଗ ଛୁଇଁବ ଆଜି ବାତ୍ୟା ସୃଷ୍ଟି ହେବା ପରେ ଚିତ୍ର ସ୍ପଷ୍ଟ ହୋଇପାରେ । ତେବେ ୟସର ତୀବ୍ରତା ଲାଣ୍ଡଫଲ୍ ବେଳେ ଅମ୍ଫନ ଓ ତାଉ-ତେ ଭଳି ରହିପାରେ । ଅର୍ଥାତ ଘଣ୍ଟାପ୍ରତି ୧୫୫-୧୬୫ ଓ ସ୍ଥଳବିଶେଷରେ ଏହା ବଢ଼ି ୧୮୫ କିଲୋମିଟର ଛୁଇଁପାରେ । ଆଜିଠୁ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପରୂଳରେ ଆରମ୍ଭ ହେବ ବର୍ଷା । କାଲିଠୁ ବର୍ଷା ଓ ପବନ ବଢ଼ିବ । ଅଶାନ୍ତ ରହିବ ସମୁଦ୍ର । ମତ୍ସ୍ୟଜୀବୀଙ୍କୁ ଏଥିପାଇଁ ସତର୍କ କରାଯାଇଛି ।

Leave A Reply

Your email address will not be published.