Latest Odisha News

BREAKING NEWS

ଲଘୁଚାପ ପ୍ରଭାବରେ 4ଟି ଜିଲ୍ଲାରେ ବର୍ଷା ହେବ

ହୀରାକୁଦର ୪ ଟି ଗେଟ୍‌ ବନ୍ଦ କରାଗଲା

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ଚାରିଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି କହିଛନ୍ତି ଏସଆରସି ପ୍ରଦୀପ ଜେନା । ବାଲେଶ୍ବର, ମୟୂରଭଂଜ, ଭଦ୍ରକରେ ବର୍ଷା ପାଇଁ ଆଗୁଆ ସତର୍କ ରହିଛି ପ୍ରଶାସନ । 2ଟି ଏନଡିଆରଏଫ ଟିମକୁ ପଠାଯାଇଥିବା ସେ ସୂଚନା ଦେଇଛନ୍ତି ।

ରାଜ୍ୟର ବନ୍ୟାସ୍ଥିତି ସମ୍ପର୍କରେ ଗଣମାଧ୍ୟମର ପ୍ରତିନିଧମାନଙ୍କୁ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ କମିଶନର  ପ୍ରଦୀପ ଜେନା କହିଛନ୍ତି ଯେ ହୀରାକୁଦର ଜଳ ପ୍ରବାହର ସ୍ଥିତିକୁ ଦେଖି ଆଉ ୪ଟି ଗେଟ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି । ଏବେ ହୀରାକୁଦରେ ୨୪ଟି ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଥିବାବେଳେ ୪ଟି ଗେଟ୍‌ ବନ୍ଦ ହେବା ପରେ ୨୦ଟି ଗେଟ୍‌ ଖୋଲାରହିବ । ହୀରାକୁଦର ଜଳପତ୍ତନ ୬୨୧.୮୧ ଫୁଟ୍‌ ଅଛି । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୩ ଲକ୍ଷ ୩୭ ହଜାର ୩୪୧ କ୍ୟìସେକ୍‌ ଜଳ ପ୍ରବେଶ କରୁଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାରରୁ ୩ ଲକ୍ଷ ୫୦ ହଜାର ୨୬ କ୍ୟìସେକ୍‌ ଜଳ ନିଷ୍କାସିତ ହେଉଛି । ଖଇରମାଳଠାରେ ୬ ଲକ୍ଷ ୩୦ ହଜାର କ୍ୟìସେକ୍‌ ଜଳ ପ୍ରବାହିତ ହେଉଅଛି । ବଡମୂଳଠାରେ ୮ ଲକ୍ଷ ୧୯ ହଜାର ୫୦୦ କ୍ୟìସେକ୍‌ ଜଳ ପ୍ରବାହିତ ହେଉଅଛି । ସେହିପରି ମୁଣ୍ଡଳୀଠାରେ ୯ ଲକ୍ଷ ୪୮ ହଜାର ୯୦୫ କ୍ୟìସେକ୍‌ ଜଳ ପ୍ରବାହିତ ହେଉଅଛି । ମୁଣ୍ଡଳୀ ସମେତ ସବୁ ସ୍ଥାନରେ ଜଳସ୍ତର କ୍ରମଶଃ ହ୍ରାସ ପାଉଛି ।

ଏହି ଲଘୁଚାପର ପ୍ରଭାବରେ ସମ୍ଭାବ୍ୟ ବୃଷ୍ଟିପାତକୁ ନଜରରେ ରଖି ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ୍‌ ବନ୍ଦ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ବନ୍ୟା ଦ୍ୱାରା ୧୩ଟି ଜିଲ୍ଲାର ୭୧ଟି ବ୍ଲକ୍‌ କ୍ଷତିଗ୍ରସ୍ତ ହୋଇଥିବାବେଳେ ଏଥିରେ ୨୧୪୯ଟି ଗ୍ରାମ ପ୍ରଭାବିତ ହୋଇଛି । ରାଜ୍ୟର ୬୪୨ଟି ଗ୍ରାମ ଜଳଘେରରେ ରହିଥିବାବେଳେ ୩ ଲକ୍ଷ ୯୧ ହଜାର ୫୨୮ ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି ଏବଂ ପ୍ରାୟ ୬ ଲକ୍ଷ ୪୪ ହଜାର ୬୬୨ ଲୋକ ପ୍ରଭାବିତ ହୋଇଛନ୍ତି । ଏହିସବୁ ଅଞ୍ଚଳରେ ୨୨୭ ଟି ରିଲିଫ୍‌ କେନ୍ଦ୍ରରେ ୧ ଲକ୍ଷରୁ ଊଦ୍ଧ୍ୱର୍ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି ।

 

ବନ୍ୟା ପ୍ରଭାବିତ ଅଞ୍ଚଳରେ ୨ ଲକ୍ଷ ୭୭ ହଜାର ବିଦ୍ୟୁତ ଉପୋଭକ୍ତା କ୍ଷତିଗ୍ରସ୍ତ ହୋଇଥିବାବେଳେ ବନ୍ୟାପାଣି କମିବାରୁ ସେଥିମଧ୍ୟରୁ ୨ ଲକ୍ଷ ୪୩ ହଜାର ଲୋକଙ୍କୁ ବିଦ୍ୟୁତ ସଂଯୋଗ ଦିଆଯାଇଛି । ୩୩ କେଭି ୯ଟି ଫିଡର ଖରାପ ହୋଇଥିବାବେଳେ ୭ ଟିକୁ ଠିକ୍‌ କରିଦିଆଯାଇଛି । ୩୩/୧୧ କେଭି ସବ- ଷ୍ଟେସନ ୩୩ଟି ଅଚଳ ହୋଇପଡିଥିବାବେଳେ ୨୯ଟି ସଜଡା ଯାଇଛି ।

Leave A Reply

Your email address will not be published.