Latest Odisha News

BREAKING NEWS

ବାତ୍ୟାର ରୂପ ନେଲା ଗଭୀର ଅବପାତ, ଓଡିଶାରେ ବର୍ଷା ଆଶଙ୍କା

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ଲଘୁଚାପ ଡିପ୍ ଡିପ୍ରେସନରେ ପରିବର୍ତ୍ତନ ହେବାପରେ ଧିରେଧିରେ ବାତ୍ୟାର ରୂପ ନେଇଛି ।

ଯାହା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ପାଣିପାଗ ବିଭାଗ ପକ୍ଷରୁ ଏହାକୁ ‘ବୁଲ୍ ବୁଲ୍’ ନାମରେ ନାମିତ କରାଯାଇଥିବା ବେଳେ ପାରାଦୀପ ଉପକୂଳରୁ ଏହି ବାତ୍ୟା ୭୭୦ କିମି. ଦୂରରେ ରହିଛି । ଆହୁରି ମଧ୍ୟ ଏହା ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟାପ୍ରତି ୭କିମି. ବେଗରେ ଆଗକୁ ବଢିବା ସହ ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ମୁହାଁଉଛି ।

ଏହାର ପ୍ରଭାବ ଓଡିଶା ଉପରେ ଏତେଟା ନପଡିଲେ ମଧ୍ୟ ଏଥିଯୋଗୁଁ ଆସନ୍ତା ୯ ଓ ୧୦ ତାରିଖ ବେଳକୁ ଉତ୍ତର-ଉପକୂଳ ଓଡିଶାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଆଶଙ୍କା ରହିଛି ।

ତେବେ ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ସେଥିପାଇଁ ଏହି ଅବଧି ମଧ୍ୟରେ ସମୁଦ୍ର ମଧ୍ୟକୁ ନଯିବା ପାଇଁ ମତ୍ସ୍ୟଜୀବୀ ମାନଙ୍କୁ ସତର୍କ ସୂଚନା ଜାରି କରାଯାଇଛି । ଏହାବ୍ୟତିତ ମତ୍ସ୍ୟଜୀବୀମାନଙ୍କୁ ଆସନ୍ତା ୮ ତାରିଖ ମଧ୍ୟରେ ସମୁଦ୍ର ମଧ୍ୟରୁ ପଳାଇ ଆସିବା ପାଇଁ କୁହାଯାଇଛି।

Leave A Reply

Your email address will not be published.