Latest Odisha News

BREAKING NEWS

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ, ୫୦ ଯାତ୍ରୀ ଆହତ

ଗଞ୍ଜାମ/ଢେଙ୍କାନାଳ: ଗଞ୍ଜାମ ଓ ଢେଙ୍କାନାଳରେ ଗୁରୁବାର ଭୋର୍ ସମୟରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ବହୁ ଯାତ୍ରୀ ଆହତ ହୋଇଛନ୍ତି ।

ମିଳିଥିବା ସୂଚନାନୁଯାୟୀ ଭୁବନେଶ୍ୱରରୁ ସମ୍ବଲପୁର ଅଭିମୁଖେ ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସର ଡ୍ରାଇଭର ହିନ୍ଦୋଳ ଥାନା ଅନ୍ତର୍ଗତ ପଡା ଛକ ନିକଟରେ କୌଣସି କାରଣବଶତଃ ଗାଡିର ଭାରସାମ୍ୟ ହରାଇବାରୁ ରାସ୍ତାକଡକୁ ଓଲଟି ପଡିଥିଲା । ଯାହାଫଳରେ ପ୍ରାୟ ୩୫ ଜଣ ଯାତ୍ରୀ ଆହତ ହୋଇଛନ୍ତି ।

ଉକ୍ତ ବସଟି ଦୁର୍ଘଟଣା ଗସ୍ତ ହେବାରୁ ସମସ୍ତ ଆହତମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ପାଖାପାଖି ୫ ଜଣ ଗୁରୁତର ଆହତଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିବା ନେଇ ସୁତ୍ରରୁ ପ୍ରକାଶ ।

ସେହିପରି ଗଞ୍ଜାମ ଜିଲ୍ଲାର ଗଙ୍ଗପୁର ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ମିନିବସ୍ ଦୁର୍ଘଟଣା ଗସ୍ତ ହେବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହେବା ସହ ପ୍ରାୟ ୧୫ ଜଣ ଯାତ୍ରୀ ଆହତ ହୋଇଥିବା ନେଇ ସୁତ୍ରରୁ ପ୍ରକାଶ ।

ପରେ ସମସ୍ତ ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.