Latest Odisha News

BREAKING NEWS

ବାତ୍ୟା ‘ୟଶ’ରେ ପରିଣତ ହେଲା ଗଭୀର ଅବପାତ, ଏବେ ପାରାଦୀପ ଠାରୁ ୫୪୦ କିମି ଦୂରରେ

ଭୁବନେଶ୍ୱର: ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ବାତ୍ୟା ‘ୟଶ୍’ରେ ପରିଣତ ହୋଇଛି । ଏବେ ବାତ୍ୟା ‘ୟଶ୍’ ପୋର୍ଟବ୍ଲେୟାର ଠାରୁ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ୬୦୦ କିମି ଦୂରରେ ରହିଥିବା ବେଳେ ପାରାଦୀପ ଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବରେ ୫୯୦ କିମି ଦୂରରେ ଅଛି । ସେହିଭଳି ବାଲେଶ୍ୱର ଠାରୁ ବାତ୍ୟା ‘ୟଶ୍’ ଦକ୍ଷିଣ-ଦକ୍ଷିଣ ପୂର୍ବରେ ୬୫୦ କିମି ଏବଂ ଦୀଘାଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବରେ ୬୩୦ କିମି ଦୂରରେ ରହିଛି ।

ସାମୁଦ୍ରିକ ଝଡ଼ ‘ୟଶ୍’ ଆସନ୍ତା ୨୪ ଘଣ୍ଟା ଅତି ଭୟଙ୍କର ବାତ୍ୟାରେ ପରିଣତ ହେବ । ପରବର୍ତ୍ତୀ ୨୪ ଘଣ୍ଟା ଅର୍ଥାତ୍ ୨୫ ତାରିଖ ବେଳକୁ ‘ୟଶ୍’ ଅତି ଭୟଙ୍କର ସାମୁଦ୍ରିକ ଝଡ଼ର ରୂପ ନେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ‘ୟଶ୍’ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ଉତ୍ତରପଶ୍ଚିମ ବଙ୍ଗୋପସାଗର ନିକଟ ଉତ୍ତର ଓଡ଼ିଶା ଉପକୂଳ-ପଶ୍ଚିମବଙ୍ଗ ଉପକୂଳରେ ୨୬ ଭାରରେ ପହଞ୍ଚିବ । ବାତ୍ୟା ‘ୟଶ୍’ ୨୬ ଅପରାହ୍ଣରେ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମ ରୂପରେ ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ପ୍ରଭାବରେ ୨୪ ତାରିଖରୁ ଦକ୍ଷିଣ ଉପକୂଳ ଓଡ଼ିଶାରେ ସାମାନ୍ୟ ବର୍ଷା ହେବ । ୨୫ ଓ ୨୬ ତାରିଖରେ ପ୍ରବଳ ବର୍ଷା ହେବ । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ମୟୂରଭଞ୍ଜରେ ଅତି ପ୍ରବଳରୁ ଅତ୍ୟଧିକ ପ୍ରବଳ ବର୍ଷା ହେବାକୁ ଥିବାବେଳେ ଭଦ୍ରକ, କଟକ, ଯାଜପୁର, କେନ୍ଦୁଝରରେ ୨୬ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଉତ୍ତର ଆଭ୍ୟାନ୍ତରୀଣ ଓଡ଼ିଶାରେ ୨୭ ତାରିଖରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ।

ଆଜି ସନ୍ଧ୍ୟାରୁ ଉପକୂଳରେ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ବହିବା ଆଶଙ୍କା ରହିଛି । ପରେ ପବନର ବେଗ ଘଣ୍ଟାପ୍ରତି ୬୦ରୁ ୭୦ କିଲୋମିଟର ଯାଏ ୨୫ ତାରିଖରେ ରହିବ । ସେହଭଳି ୨୬ ଭୋର୍ ସମୟରେ ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ ଏବଂ ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ଘଣ୍ଟାପ୍ରତି ୧୬୦ରୁ ୧୭୦ କିଲୋମିଟର ଏବଂ ଝଟକା ପବନ ୧୯୦ କିଲୋମିଟର ଘଣ୍ଟାପ୍ରତି ରହିପାରେ । ସମୁଦ୍ର ଅଶାନ୍ତ ରହିବା ସହ ଉଚ୍ଚ ଜୁଆର ଆସିବ, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି ।

Leave A Reply

Your email address will not be published.