Latest Odisha News

ସକ୍ରିୟ ରହିଛି ଗଭୀତ ଅବପାତ, ଉତ୍ତର ସମେତ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା

ଭୁବନେଶ୍ଵର: ପଶ୍ଚିମବଙ୍ଗରେ ସକ୍ରିୟ ରହିଛି ଗଭୀତ ଅବପାତ । ପ୍ରଭାବରେ ଉତ୍ତର ସମେତ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ପୂର୍ବାହ୍ନ ଯାଏ ଗଭୀର ଅବପାତ ରୂପରେ ସକ୍ରିୟ ରହିବ । ଆଗାମୀ ୨୪ ଘଣ୍ଟାରେ ଏହା ଦୁର୍ବଳ ହୋଇ ଅବପାତରେ ପରିଣତ ହେବ । ଏହାପରେ କ୍ରମଶଃ ଝାଡ଼ଖଣ୍ଡ ଓ ଉତ୍ତର ଛତିଶଗଡ଼ ଦେଇ ଗତି କରିବ ।

ସେପଟେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ ଆଜି ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ସୁନ୍ଦରଗଡ଼,ସମ୍ବଲପୁର,ଝାରସୁଗୁଡ଼ାରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସେହିପରି ଦେଓଗଡ଼, ଅନୁଗୁଳ , କେଉଁଝର, ସୋନପୁର, ବରଗଡ଼, ମୟୂରଭଞ୍ଜରେ ପ୍ରବଳ ବର୍ଷାର ଆଶଙ୍କା ନେଇ ୟେଲୋ ଆଲର୍ଟ ଜାରି ହୋଇଛି । ଗଭୀର ଅବପାତ ଦୁର୍ବଳ ହେବା ପରେ ଆସନ୍ତାକାଲିଠୁ କମିବ ବର୍ଷାର ପରିମାଣ ।

ସୂଚନାଥାଉ କି, ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଘଣ୍ଟାପ୍ରତି ୮ କିମି ବେଗରେ ଗତି କରୁଛି ଅବପାତ। ୪୮ ଘଣ୍ଟାରେ ବାଂଲାଦେଶ ଉପକୂଳ ଓ ଗାଙ୍ଗେୟ ପଶ୍ଚିମବଙ୍ଗ ଆଡ଼କୁ ମୁହାଁଇବ। ଏହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଅନ୍ୟପଟେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଶନିବାର ଜିଲାପାଳ ମୟୁରଭଞ୍ଜ ଜିଲାର ସମସ୍ତ ସ୍କୁଲ ଛୁଟି ଘୋଷଣା କରିଛନ୍ତି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ ଅନୁଯାୟୀ ଶନିବାର ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ୨୧ ଟି ଜିଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି।

Comments are closed.