Latest Odisha News

BREAKING NEWS

ବ୍ରେନ ଷ୍ଟ୍ରୋକରେ ପୀଡିତ ଏହି କ୍ରିକେଟରଙ୍କ ପିତା, ଚିକିତ୍ସାକୁ ନେଇ ଚିନ୍ତିତ କ୍ରକେଟର୍….

ୟୁପି: ବ୍ରେନ୍ ଷ୍ଟ୍ରୋକରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ କ୍ରିକେଟର ଦୀପକ ଚାହରଙ୍କ ପିତା । ଆଲିଗଡରେ ହେଉଥିବା ଏକ ବିବାହ ଭୋଜିରେ ସାମିଲ ହେବାକୁ ଯାଇଥିବା ଭାରତୀୟ ଟିମର ଅଲରାଉଣ୍ଡର ଦୀପକ ଚାହରଙ୍କ ପିତାଙ୍କର ହଠାତ୍ ବ୍ରେନ୍ ଷ୍ଟ୍ରୋକ ହେବାରୁ ତାଙ୍କୁ ରାମଘାଟ ରୋଡରେ ଥିବା ମିଥରାଜ ହସ୍ପିଟାଲରେ ଆଡମିଟ କରାଯାଇଛି । ଏହି ଖବର ଶୁଣି ଦୀପକଙ୍କୁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଶେଷ T20 ମ୍ୟାଚ୍ କୁ ଛାଡି ଆସିବାକୁ ପଡିଛି । ହସ୍ପିଟାଲରେ ପହଞ୍ଚୁ ପହଞ୍ଚୁ ବାପାଙ୍କ ସେବାରେ ଲାଗିଯାଇଛନ୍ତି କ୍ରିକେଟର ଦୀପକ ।

ଦୀପକ ଚାହର ହସ୍ପିଟାଲରେ ବାପାଙ୍କୁ ଉତ୍ତମ ଚିକିତ୍ସା ମିଳୁଥିବା କହିଛନ୍ତି । ବର୍ତ୍ତମାନ ବାପାଙ୍କ ଅବସ୍ଥା ସ୍ଥିର ଅଛି । ଯେପର୍ଯ୍ୟନ୍ତ ସେ ସମ୍ପୁର୍ଣ୍ଣ ଭାବରେ ବିପଦ ମୁକ୍ତ ହୋଇନାହାନ୍ତି ସେ ପର୍ଯ୍ୟନ୍ତ ଦୀପକ ତାଙ୍କୁ ଛାଡି କେଉଁଆଡେ ଯିବେ ନାହିଁ ବୋଲି କହିଛନ୍ତି । ତାଙ୍କ ବାପାଙ୍କ କାରଣରୁ ଆଜି ସେ ଜଣେ ସଫଳ କ୍ରିକେଟର ହୋଇପାରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବାପାଙ୍କୁ ଦିଲ୍ଲୀ କିମ୍ବା ଆଗ୍ରାକୁ ସିଫ୍ଟ କରିବାକୁ ସେ ଭାବୁଛନ୍ତି । ଚିକିତ୍ସା କରୁଥିବା ଟିମଙ୍କ ସହାୟତାରେ ସେ ସେ ତାଙ୍କ ବାପାଙ୍କୁ ଅନ୍ୟ ଏକ ହସ୍ପିଟାଲକୁ ସିଫ୍ଟ କରିବେ ।

୫୪ ବର୍ଷିୟ ଲୋକେନ୍ଦ୍ର ସିଂ ଚାହରଙ୍କର ଅଚାନକ୍ ରାସ୍ତାରେ ସ୍ଵାସ୍ଥ୍ୟ ବସ୍ତା ବିଗିଡିଯାଇଥିଲା । ଆଲିଗଡରେ ପ୍ରବେଶ୍ କରୁ କରୁ ଅବସ୍ଥା ଆହୁରି ଜଟିଳ ହେବାରୁ ତାଙ୍କୁ ତୁରନ୍ତ ମିଥରାଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତରୀୟ ଦଳର ଏକ ବିଷେଶଜ୍ଞ ଟିମ୍ ବର୍ତ୍ତମାନ ତାଙ୍କର ଚିକିତ୍ସା କରୁଛନ୍ତି । ଦୁଇ ତିନି ଦିନ ମଧ୍ୟରେ ତାଙ୍କୁ ଡିସଚାର୍ଜ କରିଦିଆଯିବ । ଅନ୍ୟପଟେ ବାପାଙ୍କ ସ୍ଵାସ୍ଥ୍ୟବସ୍ତା ଖରାପ କାରଣରୁ ଦୀପକଙ୍କର ଦକ୍ଷିଣଆଫ୍ରିକା ଗସ୍ତକୁ ନେଇ ଦ୍ଵନ୍ଦ ଦେଖାଯାଇଛି । କହିରଖୁଛୁ ଯେ, ବାପା ଲୋକେନ୍ଦ୍ର ଚାହର ବାୟୁସେନାରେ ଥିଲେ । ପୁଅ ଦୀପକଙ୍କୁ ଜଣେ ଭଲ କ୍ରିକେଟର କରିବା ପାଇଁ ସେ ଚାକିରି ଛାଡିଥିଲେ ।

Leave A Reply

Your email address will not be published.