Latest Odisha News

BREAKING NEWS

ଜାଣନ୍ତୁ ‘ଲାଲ କିଲା’ ନାମକରଣ ପଛର ରହସ୍ୟ

ନୂଆଦିଲ୍ଲୀ : ଭାରତରେ ଅନେକ ଐତିହାସିକ ସ୍ଥଳୀ ରହିଛି ।  ଯେଉଁଠାକୁ ପ୍ରତିଦିନ ଶହ ଶହ ଲୋକ ବୁଲିବାକୁ ଯାଆନ୍ତି  । କିନ୍ତୁ ଯେତେବେଳେ ବି ପ୍ରମୂଖ ପର୍ଯ୍ୟଟନସ୍ଥଳୀର କଥା ମନକୁ ଆସିବ, ପ୍ରଥମେ ଆସିବ ଲାଲକିଲାର କଥା । ୨୦୦୭ ମସିହାରେ ଏହା ବିଶ୍ବ ଐତିହ୍ୟରେ ସ୍ଥାନ ପାଇଥିଲା। ୧୬୩୯ ମେ ୧୨ରେ ମୋଗଲ ବାଦଶାହା ଶାହାଜାହାନ୍ ଏହି କିଲାର ନିର୍ମାଣ କାର୍ଯ୍ୟର ମୂଳଦୁଆ ପକାଇଥିଲେ। ଅଧିକାଂଶ ଲୋକଙ୍କ ଧାରଣା ଯେ ଲାଲ କିଲା ନାମକରଣ ପଛର ରହସ୍ୟ ହେଉଛି କିଲାର ଲାଲ ରଙ୍ଗ।

ହେଲେ ଐତିହାସିକ ଏହାକୁ ଭୁଲ୍ ପ୍ରମାଣିତ କରିଛନ୍ତି। ‘ଲାଲ କିଲା’ର ପ୍ରକୃତ ରଙ୍ଗ ଧଳା ଥିଲା। ନିର୍ମାଣ ସମୟରେ ଚୂନପଥରରେ ଏହି କିଲାର କାମ ଆରମ୍ଭ ହୋଇଥିଲା। ତେବେ ଇଂରେଜ ଶାସନ ସମୟରେ କିଲାର ଅନେକାଂଶ ଭାଙ୍ଗିରୁଜି ଗଲା। ଏହାର ମରାମତି କରିବା ସହ କିଲାକୁ ଲାଲ ରଙ୍ଗ ଦେଇଥିଲେ ତତ୍କାଳୀନ ବ୍ରିଟିଶ୍ ସରକାର। ପରେ ଏହି କିଲା ‘ରେଡ୍ ଫୋର୍ଟ’ ଓ ‘ଲାଲ କିଲା’ ନାମରେ ପରିଚିତ ହୋଇଥିଲା। ମୋଗଲ ରାଜପରିବାର ଏହି କିଲାର ନାମକରଣ ‘କିଲା-ଏ-ମୁବାରକ’ ରଖିଥିଲେ  ।

Leave A Reply

Your email address will not be published.