Latest Odisha News

BREAKING NEWS

କଣ୍ଟ୍ରୋଲର ଜେନେରାଲ ଅଫ ଆକାଉଣ୍ଟସ ହେଲେ ଦୀପକ ଦାସ

ନୂଆଦିଲ୍ଲୀ : କଣ୍ଟ୍ରୋଲର ଜେନେରାଲ ଅଫ ଆକାଉଣ୍ଟସ ହେଲେ ଦୀପକ ଦାସ । ପ୍ରଥମ ଓଡ଼ିଆ ଅଫିସର ଭାବେ ଦୀପକ ଦାସଙ୍କୁ କଣ୍ଟ୍ରୋଲର ଜେନେରାଲ ଅଫ ଆକାଉଣ୍ଟସ ଭାବେ ନିଯୁକ୍ତି ଦିଆଯାଇଛି । ୧୯୮୬ ବ୍ୟାଚ୍ ଆଇସିଏଏସ୍ ଅଫିସର ହେଉଛନ୍ତି ଦୀପକ ଦାସ । ଅଗଷ୍ଟ ପହିଲାରୁ ସେ ସିଜିଏ ଭାବେ ଦାୟିତ୍ୱ ଗ୍ରହଣ କରିବେ । ଏହା ପୂର୍ବରୁ ସେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଦ୍ବାରା ପରିଚାଳିତ ସିବିଡିଟିର ପ୍ରଧାନ ମୁଖ୍ୟ କଣ୍ଟ୍ରୋଲର ଅଫ ଆକାଉଣ୍ଟସ ଭାବେ କାର୍ଯ୍ୟ କରୁଥିଲେ । ଦୀର୍ଘ ବର୍ଷ ଧରି ସେ ଗୃହ, ଜାହାଜ ଓ ସଡ଼କ ପରିବହନ, କୃଷି ଓ ମତ୍ସ୍ୟ ସଂପଦ ଆଜି ଗୁରୁତ୍ବପୂର୍ଣ୍ଣ ବିଭାଗର ଆକାଉଣ୍ଟସ ମୁଖ୍ୟ ଭାବେ ଦାୟିତ୍ବ ତୁଲାଇଥିଲେ ।

Leave A Reply

Your email address will not be published.