Latest Odisha News

BREAKING NEWS

ଆଠଗଡ଼ ତିଗିରିଆ ଶୁଣ୍ଠିପାଳ ଗାଁରେ ବାରହା ଆତଙ୍କ

ଆଠଗଡ଼ : ଆଠଗଡ଼ ତିଗିରିଆ ଶୁଣ୍ଠିପାଳ ଗାଁରେ ବାରହା ଆତଙ୍କ । ବାରହା ଆକ୍ରମଣରେ ୪ ଚାଷୀ ଆହତ ହୋଇଛନ୍ତି । ଆହତ ମାନେ ହେଲେ ୩୫ ବର୍ଷୀୟ ପ୍ରସନ୍ନ କୁମାର ପଣ୍ଡା, ୪୮ ବର୍ଷୀୟ ବାଙ୍କନିଧି ସାହୁ, ପ୍ରସନ୍ନ କୁମାର ନାୟକ, ଦୁଃଶାସନ ରାଉତ । ଆହତ ହୋଇଥିବା ୪ ଜଣ ବ୍ୟକ୍ତି ବିଲକୁ ଚାଷ କାମ କରିବାକୁ ଯାଇଥିବା ବେଳେ ବାରହା ଆକ୍ରମଣ କରିଥିଲା ।

BjdElectrycity

ବାରହା ଆକ୍ରମଣରେ ପ୍ରସନ୍ନ କୁମାର ପଣ୍ଡାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଅନ୍ୟ ୩ ଜଣଙ୍କୁ ବିନ୍ଧାଣମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ବନ ବିଭାଗର ଅପାରଗତା ପାଇଁ ଆଠଗଡ଼ ଅଞ୍ଚଳରେ ପଶୁ ଏବଂ ମଣିଷ ଲଢେଇ ବାରମ୍ବାର ଦେଖିବାକୁ ମିଳୁଛି । ଏମିତିକି ହାତୀ ଏବଂ ବାରହା ଗାଁ ମୁହାଁ ହେଉଛନ୍ତି । ଆଜିର ଘଟଣା ପରେ ଲୋକେ ବନ ବିଭାଗକୁ ଦାୟୀ କରିଛନ୍ତି ।

Leave A Reply

Your email address will not be published.