ନୂଆଦିଲ୍ଲୀ: ଆବୁଧାବୀରେ ଆଇପିଏଲ ୨୦୨୬ ପାଇଁ ନିଲାମ ପ୍ରକ୍ରିୟା ଆୟୋଜିତ ହେବ । ଏଥର ୩୫୦ ଖେଳାଳିଙ୍କ ପାଇଁ ଫ୍ରାଂଚାଇଜରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ । ତେବେ ଏହା ମଧ୍ୟରେ ରିପୋର୍ଟ ଅନୁସାରେ ବିସିସିଆଇ ଦୀପକ ହୁଡାଙ୍କ ବୋଲିଂ ଆକ୍ସନ ସନ୍ଦେହ ଘେରରେ ରହିଥିବା ସମସ୍ତ ଫ୍ରାଂଚାଇଜଙ୍କୁ ଜଣାଇ ଦେଇଛି । କ୍ରିକବଜରେ ପ୍ରକାଶିତ ରିପୋର୍ଟ ଅନୁସାରେ ଦୀପକଙ୍କୁ ଅବୈଧ ବୋଲିଂ ଆକ୍ସନ ତାଲିକାରେ ରଖାଯାଇଛି । ଦୀପକ ବ୍ୟାଟ୍ସମ୍ୟାନ ଭାବେ ଖେଳିଥାନ୍ତି । ତେବେ ଆବଶ୍ୟକ ପଡିଲେ ସ୍ପିନ ବୋଲିଂ ମଧ୍ୟ କରନ୍ତି । ଫ୍ରାଂଚାଇଜଙ୍କୁ ବିସିସିଆଇ ଜଣାଇବା ପରେ ଏବେ ଦୀପକଙ୍କୁ ନେବା ପାଇଁ ସେମାନଙ୍କ ଆଗ୍ରହ କମିଯାଇଛି ।
ଯଦି ସେ ପୂନର୍ବାର ବୋଲିଂ କରନ୍ତି ଏବଂ ଏହା ଅବୈଧ ଜଣାପଡେ ତେବେ ତାଙ୍କୁ ବାସନ୍ଦ କରାଯିବ । ଭାରତ ପକ୍ଷରୁ ସେ ଦିନିକିଆ ଓ ଟି୨୦ରେ ୩୧ ମ୍ୟାଚ ଖେଳି ୯ଟି ୱିକେଟ ଅକ୍ତିଆର କରିଛନ୍ତି । ସେହିପରି ଆଇପିଏଲରେ ଓଭରାଲ ୬୩ ଓଭର ବୋଲିଂ କରି ୧୦ଟି ୱିକେଟ ନେଇଛନ୍ତି । ଗତ ସିଜନରେ ସେ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଖେଳିଥିଲେ ମଧ୍ୟ ବୋଲିଂ କରି ନ ଥିଲେ । ନିଲାମରେ ଦୀପକଙ୍କ ବେସ ପ୍ରାଇସ ୭୫ ଲକ୍ଷ ରଖାଯାଇଛି ।