Latest Odisha News

BREAKING NEWS

ଜିତିଲେ ଦୀପାଳି; ଭାଙ୍ଗିଲେ ବାପାଙ୍କ ରେକର୍ଡ

ଝାରସୁଗୁଡା: ବାଜି ମାରିଲା ବିଜେଡି ।  ଝାରସୁଗୁଡା ଉପ ନିର୍ବାଚନରେ ଜିତିଲେ ନବ ଦାସଙ୍କ ଝିଅ ଦୀପାଳି । ଖାଲି ଜିତି ନାହାନ୍ତି, ବାପାଙ୍କ ରେକର୍ଡ ଭାଙ୍ଗିଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କଠାରୁ ୪୮, ୬୧୯ ଖଣ୍ଡ ଭୋଟ ଅଧିକ ପାଇ ବିଜୟ ମୁକୁଟ ପିନ୍ଧିଛନ୍ତି । ଗଣତିରୁ ଫଳାଫଳ ସ୍ପଷ୍ଟ ହୋଇଥିଲେ ହେଁ ବିଦ୍ଧିବଦ୍ଧ ଭାବେ ଘୋଷଣା କରାଯାଇ ନାହିଁ ।

ଝାରସୁଗୁଡା ଉପନିର୍ବାଚନରେ ୧୯ ରାଉଣ୍ଡ ଭୋଟ ଗଣତି ସୁଦ୍ଧା ଦୀପାଳିଙ୍କୁ ମିଳିଛି ଏକ ଲକ୍ଷ ୭ ହଜାର ୩ ଖଣ୍ଡ ଭୋଟ । ସେହିପରି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ମିଳିଛି ୫୮, ୩୮୪ ଖଣ୍ଡ ଭୋଟ ଏବଂ କଂଗ୍ରେସର ତରୁଣ ପାଣ୍ଡେଙ୍କ ଖାତାକୁ ଯାଇଛି ୪୪୭୩ ଭୋଟ । ୨୦୧୯ ନିର୍ବାଚନରେ ଦୀପାଳିଙ୍କ ବାପା ନବ ଦାସ ସର୍ବାଧିକ ୯୮, ୬୨୦ ଖଣ୍ଡ ଭୋଟ ପାଇଥିଲେ ।ହେଲେ ଦୀପାଳି ଉପନିର୍ବାଚନରେ ବାପାଙ୍କ ରେକର୍ଡ ଭାଙ୍ଗିଛନ୍ତି ।

ଦୀପାଳିଙ୍କ ବାପା ନବ ଦାସ ୨୦୦୯ ଏବଂ ୨୦୧୪ରେ ନବ ଦାସ କଂଗ୍ରେସ ଟିକେଟରେ ଲଢି ଏହି ଆସନରୁ ଜିତିଥିଲେ ।  ଏହି ଦୁଇ ଟର୍ମରେ ସେ ଯଥାକ୍ରମେ ୬୨, ୬୬୩ ଏବଂ  ୭୪, ୪୯୯ ଖଣ୍ଡ ଭୋଟ ପାଇ ଜିତିଥିଲେ । ତୃତୀୟ ଥର ପାଇଁ ୨୦୧୯ରେ ବିଜେଡି ଟିକେଟରୁ ଲଢି ନବ ଦାସ  ସର୍ବାଧିକ ଭୋଟରେ ଜିତିଥିଲେ ।  ୨୦୧୯ରେ ନବ ୯୮, ୬୨୦ ଖଣ୍ଡ ଭୋଟ ପାଇ ୪୫ ହଜାର ୬୯୯ ଭୋଟ ବ୍ୟବଧାନରେ  ଜିତିଥିବାବେଳେ ତାଙ୍କ ଝିଅ ଦୀପାଳି ଆଜି ଏହାର ରେକର୍ଡ ଭାଙ୍ଗିଛନ୍ତି । ଅଧିକ ଭୋଟ ପାଇବା ସହ ବ୍ୟବଧାନ ଭୋଟରେ ମଧ୍ୟ ବାପାଙ୍କ ରେକର୍ଡ ଭାଙ୍ଗିଛନ୍ତି ।

Leave A Reply

Your email address will not be published.