Latest Odisha News

BREAKING NEWS

କର୍ଣ୍ଣାଟକରେ ଜିତିବା ଆଶାରେ ଝୁମିଲା କଂଗ୍ରେସ, ଜୟ ବଜରଙ୍ଗବଲି ନାରା ବିଜେପିକୁ ଚିଡ଼ାଇଲା

ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସ ବହୁ ବ୍ୟବଧାନରେ ବିଜେପି ଠାରୁ ଅଗୁଆ ରହିଥିବାରୁ ଜିତିବା ଆଶା ନେଇ ଦଳରେ ଉତ୍ସବ ଆରମ୍ଭ ହୋଇଯାଇଛି। କଂଗ୍ରେସ କର୍ମୀ ଦିଲ୍ଲୀ ମୁଖ୍ୟାଳୟରେ ଜୟ ବଜରଙ୍ଗ ବାଲି ନାରା ଦେଇ ବିଜେପି ଚଡ଼ାଇବା ସହ ସେଲିବ୍ରେସନ ଆରମ୍ଭ କରିଦେଇଛନ୍ତି।

କର୍ଣ୍ଣାଟକା ନିର୍ବାଚନ ବେଳେ ପ୍ରମୁଖ ପ୍ରସଙ୍ଗ ପାଲଟିଥିବା ବଜରଙ୍ଗ ବାଲୀ ନାରା ଦେଇ କଂଗ୍ରେସ ପ୍ରତିପକ୍ଷ ବିଜେପିକୁ ଚିଡ଼ାଇଛି। କଂଗ୍ରେସର ଅନେକ କର୍ମୀ ହନୁମାନଙ୍କ ବେଶ ହେଇ ସେଲିବ୍ରେସନ କରିବା ସ ଜୟ ବଜରଙ୍ଗଗବଲୀ ନାରା ଦେଇ ବିଜେପିକୁ ଚିଡ଼ାଇଛନ୍ତି।

ହନୁମାନ ବେଶରେ ଥିବା ଜଣେ କଂଗ୍ରେସ କର୍ମୀ କହିଛନ୍ତି, “ବଜରଙ୍ଗ ବାଲି ବିଜେପି ସହ ନୁହେଁ, କଂଗ୍ରେସ ସହ ରହିଛନ୍ତି। ବଜରଙ୍ଗ ବାଲି ବିଜେପି ଉପରେ ଫାଇନ ମଧ୍ୟ ଲଗାଇ ଦେଇଛନ୍ତି।” ନିର୍ବାଚନ ବେଳେ କଂଗ୍ରେସ ବିଦ୍ୱେଷ ସୃଷ୍ଟି କରୁଥିବା ପିଏଫଆଇ ଓ ଦକ୍ଷିଣ ପନ୍ଥୀ ସଂଗଠନ ବଜରଙ୍ଗ ଦଳକୁ ବ୍ୟାନ କରିବ ବୋଲି କହିଥିଲା।

ଏହାକୁ ନେଇ ବିଜେପି କାଉଣ୍ଟର ଆଟକା କରିବା ସହ ବଜରଙ୍ଗ ବାଲୀ ହନୁମାନଙ୍କୁ କଂଗ୍ରେସ ଚାବି ପକାଇ ରଖି ଦେବାକୁ ଚାହୁଁଛି କହିଥିଲା। ଏହାପରେ ଲୋକ ଆକ୍ରୋସର ରକ୍ଷା ପାଇବାକୁ କଂଗ୍ରେସ କର୍ଣ୍ଣାଟକାରେ ହନୁମାନ ମନ୍ଦିର ନିର୍ମାଣ କରାଯିବ ବୋଲି ଘୋଷଣା କରିଥିଲା। ଏବେ କଂଗ୍ରେସ କର୍ଣ୍ଣାଟକାରେ ଜିତିବାକୁ ଯାଉଥିବାରୁ ଦଳର କର୍ମୀମାନେ ବଜରଙ୍ଗ ବାଲୀ ନାରା ଦେଇ ବିଜେପିକୁ ଚିଡ଼ାଇଛନ୍ତି।

Leave A Reply

Your email address will not be published.