ଭୁବନେଶ୍ବର: ପୁଣି ଖୋଲିବ କି ନବ ଦାସ ହାଇପ୍ରୋଫାଇଲ ମର୍ଡର ମିଷ୍ଟ୍ରି? ସତକୁ ଲୋକଲୋଚନକୁ ଆଣିବ କି ସିବିଆଇ
? ଏନେଇ କି ଆଭିମୁଖ୍ୟ ରଖିବେ ରାଜ୍ୟ ସରକାର? କାରଣ ଏବେ ଦୁଇ ବର୍ଷ ପରେ ଦୀପାଳିଙ୍କର ମନେ ପଡିଛି ମୃତ ବାପାଙ୍କ କଥା..ବହୁ ଚର୍ଚ୍ଚିତ ଦିବଙ୍ଗତ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ସିବିଆଇ ତଦନ୍ତ ଦାବି କରିଛନ୍ତି ଝିଅ ଦୀପାଳି । ଯାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଏନେଇ ଦୀପାଳି ସମାଲୋଚିତ ହୋଇଥିବା ବେଳେ ପରେ ବାପାଙ୍କ ମୃତ୍ୟୁ ମିଷ୍ଟ୍ରି ଉପରେ ସିବିଆଇ ତଦନ୍ତ ଦାବି କରିଛନ୍ତି ।
ତେବେ ପୂର୍ବରୁ ଆଇନ ମନ୍ତ୍ରୀଙ୍କ ସମେତ ଅନେକ ବିଜେପି ନେତା ଦୀପାଳିଙ୍କୁ ସମାଲୋଚନା କରିଥିଲେ । ପୂର୍ବ ସରକାର ଥିବା ବେଳେ ସରକାରୀ ଦଳରେ ରହିଥିଲେ ଦୀପାଳି । ତାଙ୍କ ବାପାଙ୍କ ମୃତ୍ୟୁର ସେତେବେଳେ କିଛି ଠୋସ୍ କାରଣ ଜଣାପଡିନଥିବା ବେଳେ ଏଥିରେ ଅଧିକ ଚାପ ନଦେଇ ୨ ବର୍ଷ ହେଲା ଚୁପ୍ ବସିଥିଲେ ଦୀପାଳି । ହେଲେ ଏବେ ଦୀପାଳି ବାପାଙ୍କ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କରିଛନ୍ତି ।
ପୋଲିସ୍ ଲଗାଇ ତାଙ୍କ ବାପାଙ୍କୁ ହତ୍ୟା କରାଯାଇଥିଲା ବୋଲି ଦୀପାଳି ଅଭିଯୋଗ କରିବା ସହିତ ଏହି ଘଟଣାର ସିବିଆଇ ତଦନ୍ତ କରିବାକୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି । ଏନେଇ ଦୀପାଳି କହିଛନ୍ତି, ସରକାର ଆମ ପରିବାରକୁ ଡାକି ଆଲୋଚନା କରନ୍ତୁ । ଆଗରୁ ବିଧାନସଭାରେ ବିଜେଡିର ଦୁଇ ଜଣ ବିଧାୟକ ଏହି ପ୍ରସଙ୍ଗ ଉଠାଇଥିଲେ । ହେଲେ କିଛି ସାମାଜିକ ଗଣମାଧ୍ୟମରେ ଆମକୁ ହଇରାଣ କରାଯାଉଛି । ଏକତରଫା ଖବର ପ୍ରକାଶ କରାଯାଉଛି ଅଭିଯୋଗ କରିଛନ୍ତି ଦୀପାଳି ।
ତେବେ କହିରଖୁଛୁ, ୨୦୨୩ ଜାନୁଆରୀ ୨୯ ତାରିଖରେ ବ୍ରଜରାଜନଗର ବିଜୁ ଜନତା ଦଳ କାର୍ଯ୍ୟାଳୟ ଉଦ୍ଘାଟନ କରିବାକୁ ସ୍ବର୍ଗତ ନବ ଦାସ ଯାଇଥିବା ବେଳେ ସେଠାରେ ଦିନ ଦ୍ବିପହରରେ ତାଙ୍କୁ ଗୁଳିମାଡ଼ କରାଯାଇଥିଲା । ତାଙ୍କର ସୁରକ୍ଷା ଦାୟିତ୍ବରେ ଥିବା ଏଏସଆଇ ଗୋପାଳ ଦାସର ଗୁଳିମାଡ଼ରେ ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଘଙ୍କ ମୃତ୍ୟୁ ହୋଇଥିଲା ସେତେବେଳେ ଏହାକୁ ନେଇ ପ୍ରବଳ ତୁମ୍ବିତୋଫାନ ହୋଇଥିଲା ବେଳେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ବିଧାନସଭାରେ ହତ୍ୟାର ଉଦ୍ଦେଶ୍ୟ ବାବଦରେ ତଦନ୍ତ କରାଯାଉ ପ୍ରଶ୍ନ ଉଠାଇଥିଲେ। ହେଲେ ସେତେବେଳେ କିନ୍ତୁ ଝିଅ ଦୀପାଳି ଏହାର ପ୍ରତିବାଦ କରି ମୃତବ୍ୟକ୍ତିଙ୍କୁ ନେଇ ରାଜନୀତି କରାନଯାଉ ବୋଲି ମତ ଦେଇଥିଲେ । ହେଲେ ଦୁଇ ବର୍ଷ ପରେ ଦୀପଳିଙ୍କର ବାପାଙ୍କ କଥଶ ମନେ ପଡିଛି । ଏବେ କିର୍ମିରା ବ୍ଲକ୍ ଅଧ୍ୟକ୍ଷା ଅନାସ୍ଥା ପ୍ରସ୍ତାବକୁ ନେଇ ତାଙ୍କ ହୋଟେଲରେ ପୋଲିସ୍ ଚଢ଼ଉ ଓ ବିଶାଲ ଦାସଙ୍କୁ ଛତିଶଗଡ଼ ପୋଲିସ୍ ଗିରଫ କରିବା ନେଇ ନିକଟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ ଦୀପାଳୀ । ଯାହାକୁ ନେଇ ବିଜେପି ପକ୍ଷରୁ ଦୀପଳିଙ୍କୁ କଡା ସମାଲୋଚନା କରାଯାଇଥିଲା । ଆଉ ଏହାପରେ ଏବେ ପିତାଙ୍କ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ଝିଅ ଦୀପଳି ।
Comments are closed.