Deepavali added to UNESCO: ୟୁନେସ୍କୋ ସାଂସ୍କୃତିକ ଐତିହ୍ୟ ତାଲିକାରେ ‘ଦୀପାବଳି’ ସାମିଲ ; ପ୍ରଧାନମନ୍ତ୍ରୀ ଜଣାଇଲେ ଅଭିନନ୍ଦନ
ନୂଆଦିଲ୍ଲୀ:ଆଲୋକର ପର୍ବ ଦୀପାବଳିକୁ ୟୁନେସ୍କୋ ସାଂସ୍କୃତିକ ଐତିହ୍ୟ ତାଲିକାରେ ସାମିଲ କରାଯାଇଛି। ଭାରତର ଦୀପାବଳି ପର୍ବକୁ UNESCOର ଅମୂଲ୍ୟ ସାଂସ୍କୃତିକ ଐତିହ୍ୟ(Intangible Cultural Heritage) ତାଲିକାରେ ସାମିଲ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଐତିହାସିକ ନିଷ୍ପତ୍ତିରେ ଖୁସି ପ୍ରକାଶ କରିଛନ୍ତି ।
ସେ ଏକ୍ସ ପୋଷ୍ଟରେ କହିଛନ୍ତି ଯେ, ‘ଭାରତ ଏବଂ ବିଶ୍ୱର ଲୋକମାନେ ଏହି ଖବର ପାଇଁ ଉତ୍ସାହିତ । ଆମ ପାଇଁ ଦୀପାବଳି ଆମ ସଂସ୍କୃତି ଏବଂ ଲୋକ ପରମ୍ପରା ସହିତ ଅତି ନିବିଡ଼ ଭାବେ ଜଡ଼ିତ। ଏହା ଆମ ସଭ୍ୟତାର ଆତ୍ମା। ଏହା ଆଲୋକ ଏବଂ ଧାର୍ମିକତାର ପ୍ରତୀକ। UNESCOର ଅମୂଲ୍ୟ ଐତିହ୍ୟ ତାଲିକାରେ ଦୀପାବଳିକୁ ସାମିଲ କରାଯିବା ଦ୍ୱାରା ବିଶ୍ୱସ୍ତରରେ ଏହି ଉତ୍ସବର ଲୋକପ୍ରିୟତା ଅଧିକ ବୃଦ୍ଧି ପାଇବ।
ପ୍ରଭୁ ଶ୍ରୀ ରାମଙ୍କ ଆଦର୍ଶ ଅନନ୍ତକାଳ ପାଇଁ ଆମର ମାର୍ଗଦର୍ଶନ କରୁଥାଉ।
People in India and around the world are thrilled.
For us, Deepavali is very closely linked to our culture and ethos. It is the soul of our civilisation. It personifies illumination and righteousness. The addition of Deepavali to the UNESCO Intangible Heritage List will… https://t.co/JxKEDsv8fT
— Narendra Modi (@narendramodi) December 10, 2025
ଭାରତର ମୋଟ ୧୬ଟି ସାଂସ୍କୃତିକ ପରମ୍ପରା ୟୁନେସ୍କୋରେ ସାମିଲ ହୋଇଛି। କୁମ୍ଭମେଳା, ଯୋଗ, ବୈଦିକ ସଂକୀର୍ତ୍ତନ, ରାମଲୀଳା, କୋଲକାତାର ଦୁର୍ଗା ପୂଜା, ଗୁଜରାଟର ଗରବା, କେରଳର ମୁଦିୟେଟ୍ଟୁ, ଓଡିଶାର ଛଉ ନୃତ୍ୟ, ବୌଦ୍ଧ ସଂକୀର୍ତ୍ତନର ହିମାଳୟ ପରମ୍ପରା, ନବରୋଜ୍ ଏବଂ ସଂକ୍ରାନ୍ତି, ପୋଙ୍ଗଲ ଏବଂ ବୈଶାଖୀ ଭଳି ପର୍ବ ଅନ୍ତର୍ଭୁକ୍ତ।
ଦିଲ୍ଲୀର ଐତିହାସିକ ଲାଲକିଲ୍ଲାରେ ଅନୁଷ୍ଠିତ ୟୁନେସ୍କୋର ଆନ୍ତଃସରକାରୀ କମିଟିର ୨୦ତମ ଅଧିବେଶନରେ ଏହି ଘୋଷଣା କରାଯାଇଛି। ଭାରତ ୟୁନେସ୍କୋର ଅମୁଲ୍ୟ ସାଂସ୍କୃତିକ ଐତିହ୍ୟର ସୁରକ୍ଷା ପାଇଁ ଆନ୍ତଃସରକାରୀ କମିଟିର ଅଧିବେଶନର ଆୟୋଜନ କରୁଛି। ଡିସେମ୍ବର ୮ ରୁ ଡିସେମ୍ବର ୧୩ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଛଅ ଦିନିଆ ଅଧିବେଶନରେ ୧୮୦ ରୁ ଅଧିକ ଦେଶର ପ୍ରତିନିଧିମାନେ ଅଂଶଗ୍ରହଣ କରୁଛନ୍ତି। ଦିଲ୍ଲୀର କଳା, ସଂସ୍କୃତି, ଭାଷା ଏବଂ ପର୍ଯ୍ୟଟନ ମନ୍ତ୍ରୀ କପିଲ ମିଶ୍ର କହିଛନ୍ତି, “ଏହା ଆମ ସମସ୍ତଙ୍କ ପାଇଁ ଆନନ୍ଦ ଏବଂ ଗର୍ବର ବିଷୟ।”