ପୁରୀ: ଦୀପାବଳି ଦ୍ବନ୍ଦ୍ବ ହେଲା ଦୂର । ୨୦ ତାରିଖରେ କାଳୀ ପୂଜା , ପୟାଶ୍ରାଦ୍ଧ ବା ବଡ଼ବଡୁଆ ଓ ଦୀପାବଳି ପାଳନ ହେବ । ପ୍ରେସମିଟ୍ରେ ସ୍ପଷ୍ଟ କଲେ ମୁକ୍ତି ପଣ୍ଡିତ ମହାସଭା । ତେବେ ୨୦ତାରିଖ ଦିନ ୩ଟା ୨୩ରୁ ଠାରୁ ଆରମ୍ଭ ହେବ ପୟା ଶ୍ରାଦ୍ଧ ।
୨୧ରେ ପାଳନ କରନ୍ତୁ ନାହିଁ, ଏହା ଶାସ୍ତ୍ର ବିରୋଧୀ ହେବ ବୋଲି କହିଲେ ମୁକ୍ତି ପଣ୍ଡିତ ମହାସଭା । ପୁରୀ ଭକ୍ତ ସାଲବେଗ ପୀଠରେ ମୁକ୍ତିମଣ୍ଡପ ପଣ୍ଡିତ ସଭାର ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି ।
ଏଥିପାଇଁ ସରକାରଙ୍କ ନିକଟରେ ୨୦ ତାରିଖ ଛୁଟି କରିବା ଲାଗି ମୁକ୍ତି ମଣ୍ଡପ ପଣ୍ଡିତ ସଭା ନିବେଦନ କରିଛି ।
ଆଶ୍ୱିନ କୃଷ୍ଣ ପ୍ରତିପଦା ଠାରୁ ପିତୃପକ୍ଷରେ ମର୍ତ୍ତ୍ୟଲୋକରୁ ଆସିଥିବା ପିତୃପୁରୁଷଙ୍କୁ ଦୀପାବଳିରେ ଆଲୋକର ମାର୍ଗ ଦେଖାଇ ମେଲାଣି ଦେବାର ବିଧି ରହିଛି । ଓଡିଆ ଘରେ କାଉଁରିଆ କାଠି ଜାଳି ବଡ଼ବଡୁଆ ଡକାଯାଏ । ବଡ଼ବଡ଼ୁଆ ହୋ ! ଅନ୍ଧାରରେ ଆସି ଆଲୁଅରେ ଯାଅ । ଗଙ୍ଗା ଯାଅ, ଗୟା ଯାଅ, କାଶୀ ଯାଅ,. ପୁରୁଷୋତ୍ତମରେ ମହାପ୍ରସାଦ ଖାଇ. ବାଇଶି ପାହାଚରେ ଗଡ଼ଗଡ଼ଉ ଥାଅ ।
ବିଧି ମୁତାବକ ଫଳ, ଫୁଲ, ଚନ୍ଦନ ଆଦି ଦ୍ରବ୍ୟରେ ପିତୃପୁରୁଷଙ୍କ ଉଦେଶ୍ୟରେ ଶ୍ରାଦ୍ଧ ଦାନ କରିଛନ୍ତି ।
Comments are closed.