Latest Odisha News

IPL ଟିମ୍ କିଣିବେ ବଲିଉଡ଼ ଷ୍ଟାର ଦମ୍ପତି

ଓଡ଼ିଶା ସମ୍ବାଦ ବ୍ୟୁରୋ: ଚଳିତ ଆଇପିଏଲ ସିଜିନ୍‌ରେ ମୈଦାନରେ ଷ୍ଟାର ଦମ୍ପତିଙ୍କ ଦବଦବା ଦେଖିବାକୁ ମିଳିବ । ଦୁଇଟି ନୂଆ ଫ୍ରାଞ୍ଚାଇଜ୍ ଆଇପିଏଲରେ ସାମିଲ ହେବେ । ଯାହାର ବିଡିଂ କରିବେ ଅଭିନେତ୍ରୀ ଦୀପିକା ପାଦୁକୋଣ ଓ ରଣବୀର ସିଂହ । ଶାହରୁଖ ଖାନ୍ ଓ ପ୍ରୀତି ଜିଣ୍ଟାଙ୍କ ବ୍ୟତୀତ ଏହି ଦୁଇ ଜଣଙ୍କର ମଧ୍ୟ IPL ଟିମ୍ ହେବ ।

ରିପୋର୍ଟ ଅନୁଯାୟୀ, ଅକ୍ଟୋବର ୨୫ରୁ ଟିମ୍ ବିଡିଂ ହୋଇପାରେ । ସବୁଠୁ ବଡ଼ ଦୁଇ ବିଡର୍ସଙ୍କୁ ଟିମର ରାଇଟ୍ସ ମିଳିବ । ଦୀପିକା ଓ ରଣବୀର ଖେଳ ପ୍ରେମୀ ହୋଇଥିବା ବେଳେ ରଣବୀର ସିଂହ ଏନବିଏ ଓ ଇଂଲିସ ପ୍ରିମିୟର ଲିଗ୍ ଭଳି ଦୁଇ ବଡ଼ ସ୍ପୋର୍ଟିଂ ଟୁର୍ଣ୍ଣାମେଣ୍ଟର ଅଂଶ ରହିଛନ୍ତି ।

କେବଳ ଦୀପିକା ଓ ରଣବୀର ନୁହଁନ୍ତି, ଏହି ଦୁଇ ନୂଆ ଟିମ୍ ପାଇଁ ଆହୁରି ଅନେକ ଲୋକ ବିଡ଼ିଂରେ ଅଂଶ ଗ୍ରହଣ କରିବା ନେଇ ଜଣାପଡିଛି । ସେମାନଙ୍କ ମଧ୍ୟରେ ରହିଛନ୍ତି ଅଦାନୀ ଗ୍ରୁପ୍, ଗ୍ଲେଜର ଫ୍ୟାମିଲି, ଅରୋବିନ୍ଦୋ  ଫାର୍ମା, ଟରେଣ୍ଟ୍ ଫାର୍ମା, ଆରପି-ସଞ୍ଜୀବ ଗୋୟଙ୍କା ଗ୍ରୁପ୍, ଜିନ୍ଦଲ୍ ଷ୍ଟିଲ୍ (ନବୀନ ଜିନ୍ଦଲ୍), ହିନ୍ଦୁସ୍ଥାନ ଟାଇମ୍ସ ମିଡିଆ, ରନି ସ୍କୃବାଲା, କୋଟାକ ଗ୍ରୁପ୍, ସିଙ୍ଗାପୁରର ପିଇ ଫାର୍ମ, ସିବିସି ପାର୍ଟନର୍ସ ସମେତ ବ୍ରଡକାଷ୍ଟ ଆଣ୍ଡ୍ ସ୍ପୋର୍ଟ କନସଲ୍ଟିଂ ଏଜେନ୍ସି  ଆଇଟିଡବ୍ଲ୍ୟୁ ଓ ଗ୍ରୁପ୍ ଏମ୍ ।

ତେବେ ବଲିଉଡ୍ ସେଲିବ୍ରିଟି ଆଇପିଏଲରେ ରୁଚି ଦେଖାଇବା କିଛି ନୂଆ କଥା ନୁହେଁ । ଶାହରୁଖ ଖାନ, ଜୁହି ଚାଓ୍ୱାଲା କେକେଆରରେ ମାଲିକ ଅଟନ୍ତି । ସେହିପରି ପ୍ରୀତି ଜିଣ୍ଟା ପଞ୍ଜାବ କିଙ୍ଗସରେ ମାଲିକାଣୀ । ଆଇପିଏଲ ଦେଖିବାକୁ ବଲିଉଡ୍ ସେଲିବ୍ରିଟିଙ୍କ ଭିଡ ବି ଜମି ଥାଏ ।

ରଣବୀର ଓ ଦୀପିକା ଆଇପିଏଲ ଟିମ୍ କିଣିବା ଖବର ପ୍ରକାଶ ପରେ ଟ୍ରୋଲ୍ କରିଛନ୍ତି କେକେଆରର ପୂର୍ବତନ ଅଧିନାୟକ ଦିନେଶ କାର୍ତ୍ତିକ । ସେ ଦଳର ଜର୍ସିକୁ ଅତ୍ୟନ୍ତ ଚମତ୍କାର ହେବ ବୋଲି ଟ୍ୱିଟ୍ କରିଛନ୍ତି । ତେବେ ଏବେସୁଦ୍ଧା କେଉଁ ନୂଆ ଟିମ୍ ଆଇପିଏଲରେ ସାମିଲ ହେବ ସେନେଇ କୌଣସି ସ୍ପଷ୍ଟ ହୋଇନାହିଁ ।

Leave A Reply

Your email address will not be published.