Latest Odisha News

BREAKING NEWS

‘ଅଭ୍ୟାସ’ର ସଫଳ ପରୀକ୍ଷଣ: DRDOକୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଚାନ୍ଦିପୁର ଆଇଟିଆରରୁ ‘ଅଭ୍ୟାସ’ ଡ୍ରୋନର ପରୀକ୍ଷଣ ସଫଳ ହୋଇଛି । ଏ ନେଇ ଡିଆରଡିଓକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପରୀକ୍ଷଣ ଦେଶର ପ୍ରତିରକ୍ଷା ବ୍ୟବସ୍ଥାକୁ ଆହୁରି ଅଧିକ ସଶକ୍ତ କରିବ ବୋଲି ସେ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି । । ‘ଅଭ୍ୟାସ’କୁ ଆକାଶରୁ ଆକାଶ ମାର୍ଗକୁ ପ୍ରୟୋଗ କରାଯାଇପାରିବ । ଅଭ୍ୟାସକୁ ବିକଶିତ କରିବା ପାଇଁ ୨୦୧୨ରୁ ଗବେଷଣା କରାଯାଉଥିଲା ।

ଏହାକୁ ହାଇ ସ୍ପିଡ ଏକ୍ସପେଣ୍ଡେବଲ ଏରିଏଲ ଟାର୍ଗେଟ ବା ହିଟ୍‌ ମଧ୍ୟ କୁହାଯାଏ । ଏହାକୁ ଗ୍ୟାସ ଟରବାଇନ୍‌ ଇଞ୍ଜିନ ଦ୍ୱାରା ପରିଚାଳିତ କରାଯାଏ । ଏହା ରାଡାର ଓ ଇଲେକ୍ଟ୍ରୋ ଅପଟିକ ସିଷ୍ଟମ୍ ଦ୍ୱାରା ପରିଚାଳିତ ହୋଇଥାଏ । ଏଥି ସହିତ ଏହାକୁ ବିଭିନ୍ନ ପ୍ରକାରର କ୍ଷେପଣାସ୍ତ୍ର ଏବଂ ବିମାନକୁ ଚିହ୍ନଟ କରି ଟାର୍ଗେଟ କରିବାରେ ବ୍ୟବହାର କରାଯାଇପାରିବ ।

ଅଭ୍ୟାସ ଏକ ଛୋଟ ଗ୍ୟାସ ଟର୍ବାଇନ ଇଞ୍ଜିନ ଦ୍ୱାରା ପରିଚାଳିତ ଏବଂ ଏହା ଏମଇଏମଏସ ନାଭିଗେସନ୍ ସିଷ୍ଟମ ମାଧ୍ୟମରେ କାର୍ଯ୍ୟ କରେ । ପରୀକ୍ଷଣ ସମୟରେ ଧ୍ୱନି ବେଗରେ ପୂର୍ବ ନିର୍ଦ୍ଧାରିତ ଉଡ଼ାଣ ପଥରେ ଏକ ଗ୍ରାଉଣ୍ଡ-ଆଧାରିତ ନିୟନ୍ତ୍ରକରୁ ଟାର୍ଗେଟକୁ ଉତକ୍ଷେପଣ କରାଯାଇଥିଲା । ବିଭିନ୍ନ କ୍ଷେପଣାସ୍ତ୍ର ପ୍ରଣାଳୀର ମୂଲ୍ୟାଙ୍କନ ପାଇଁ ଏହି ଯାନକୁ ଏକ ବିମାନ ଟାର୍ଗେଟ ଭାବରେ ବ୍ୟବହାର କରାଯାଇପାରିବ ବୋଲି ଡିଆରଡିଓ ପକ୍ଷରୁ ସୂଚନା ଦିଆଯାଇଛି । ‘ଅଭ୍ୟାସ’ର ସଫଳ ପରୀକ୍ଷଣ ପରେ ଡିଆରଡିଓକୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଶୁଭେଚ୍ଛା ଜଣାଇଥିଲେ ।

Leave A Reply

Your email address will not be published.