ମୁମ୍ବାଇ: ସାମ୍ନାକୁ ଆସିଲା ମଲ୍ଟିଷ୍ଟାରର ଫିଲ୍ମ ‘୮୩’ର ଫାଷ୍ଟ ଲୁକ । ଏହି ଫିଲ୍ମକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଥିବା ବେଳେ ଏଥିରେ ଦୀପିକା ପାଦୁକୋନଙ୍କ ଫାଷ୍ଟ ଲୁକ୍ ସାମ୍ନାକୁ ଆସିଛି । ଏହି ଫଟୋରେ ଦୀପିକା ଏବଂ ରଣବୀରଙ୍କୁ ପୁରା ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି । ଏହି ଫାଷ୍ଟ ଲୁକ୍କୁ ଅଭିନେତ୍ରୀ ଦୀପିକା ପାଦକୋନ୍ ନିଜ ଇଂଷ୍ଟାଗ୍ରାମରେ ସେୟାର କରିଛନ୍ତି । ଫଟୋରେ ରଣବୀର ସିଂହ ପୂର୍ବତନ ଭାରତୀୟ କ୍ରିକେଟର କପିଳ ଦେବ ଏବଂ ଦୀପିକା କପିଲ ଦେବଙ୍କ ପତ୍ନୀ ରୋମି ଭାଟିଆ ଭୂମିକାରେ ନଜର ଆସିଛନ୍ତି ।
ଏହି ଫଟୋରେ ଦୀପିକାଙ୍କ ଲୁକ୍ ତାଙ୍କର ଅନ୍ୟ ସବୁ ଫିଲ୍ମର ଲୁକ୍ ଠାରୁ ପୁରା ଅଲଗା ରହିଛି । ସର୍ଟ ହେୟାର, ହାଇନେକ୍ ଟପ୍ରେ ଦୀପିକା, ରଣବୀରଙ୍କ ହାତ ଧରି ଠିଆ ହୋଇଥିବା ନଜର ଆସିଛନ୍ତି । କବିର ଖାନ୍ଙ୍କ ନିଦେ୍ର୍ଧଶନାରେ ତିଆରି ଫିଲ୍ମ ‘୮୩’ ୧୯୮୩ ମସିହା କ୍ରିକେଟ ବିଶ୍ୱକପ୍ ଉପରେ ଆଧାରିତ । ଯେଉଁଥିରେ ଭାରତ ବିଜୟ ହୋଇଥିଲା । ଏଥିରେ ରଣବୀର ସିଂହଙ୍କୁ ପୂର୍ବତନ କ୍ୟାପଟେନ୍ ତଥା ମହାନ ଖେଳାଳି କପିଲ ଦେବଙ୍କ ଭୂମିକାରେ ଦେଖିବାକୁ ମିଳିବ ଏବଂ ଦୀପିକା ତାଙ୍କ ପତ୍ନୀ ଭୂମିକାରେ ନଜର ଆସିବେ । ଏପ୍ରିଲ ୧୦ ତାରିଖରେ ଫିଲ୍ମଟି ଉଭୟ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ରିଲିଜ ହେବ ।
BREAKING NEWS
- Weather Update: ୧୩ ଓ ୧୪ରେ ତଳମୁହାଁ ହେବ ପାରଦ, ଓଡ଼ିଶାକୁ ପୁଣି ଥରାଇବ ଶୀତ
- Suspicious Drones: ଏଲଓସିରେ ଦେଖାଗଲା ପାକିସ୍ତାନୀ ଡ୍ରୋନ୍, ହାଇଆଲର୍ଟରେ ସୁରକ୍ଷା ବାହିନୀ
- ଜଳିଗଲା ୨୦ରୁ ଅଧିକ ବାଇକ୍,ପୋଲିସ କରିଥିଲା ସିଜ୍
- ରେଳଷ୍ଟେସନରୁ ୫ ଆନ୍ତଃରାଜ୍ୟ ଚାଲାଣକାରୀ ଗିରଫ,ଗଞ୍ଜେଇ ଜବତ
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
Comments are closed.