ମୁମ୍ବାଇ: ସାମ୍ନାକୁ ଆସିଲା ମଲ୍ଟିଷ୍ଟାରର ଫିଲ୍ମ ‘୮୩’ର ଫାଷ୍ଟ ଲୁକ । ଏହି ଫିଲ୍ମକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଥିବା ବେଳେ ଏଥିରେ ଦୀପିକା ପାଦୁକୋନଙ୍କ ଫାଷ୍ଟ ଲୁକ୍ ସାମ୍ନାକୁ ଆସିଛି । ଏହି ଫଟୋରେ ଦୀପିକା ଏବଂ ରଣବୀରଙ୍କୁ ପୁରା ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି । ଏହି ଫାଷ୍ଟ ଲୁକ୍କୁ ଅଭିନେତ୍ରୀ ଦୀପିକା ପାଦକୋନ୍ ନିଜ ଇଂଷ୍ଟାଗ୍ରାମରେ ସେୟାର କରିଛନ୍ତି । ଫଟୋରେ ରଣବୀର ସିଂହ ପୂର୍ବତନ ଭାରତୀୟ କ୍ରିକେଟର କପିଳ ଦେବ ଏବଂ ଦୀପିକା କପିଲ ଦେବଙ୍କ ପତ୍ନୀ ରୋମି ଭାଟିଆ ଭୂମିକାରେ ନଜର ଆସିଛନ୍ତି ।
ଏହି ଫଟୋରେ ଦୀପିକାଙ୍କ ଲୁକ୍ ତାଙ୍କର ଅନ୍ୟ ସବୁ ଫିଲ୍ମର ଲୁକ୍ ଠାରୁ ପୁରା ଅଲଗା ରହିଛି । ସର୍ଟ ହେୟାର, ହାଇନେକ୍ ଟପ୍ରେ ଦୀପିକା, ରଣବୀରଙ୍କ ହାତ ଧରି ଠିଆ ହୋଇଥିବା ନଜର ଆସିଛନ୍ତି । କବିର ଖାନ୍ଙ୍କ ନିଦେ୍ର୍ଧଶନାରେ ତିଆରି ଫିଲ୍ମ ‘୮୩’ ୧୯୮୩ ମସିହା କ୍ରିକେଟ ବିଶ୍ୱକପ୍ ଉପରେ ଆଧାରିତ । ଯେଉଁଥିରେ ଭାରତ ବିଜୟ ହୋଇଥିଲା । ଏଥିରେ ରଣବୀର ସିଂହଙ୍କୁ ପୂର୍ବତନ କ୍ୟାପଟେନ୍ ତଥା ମହାନ ଖେଳାଳି କପିଲ ଦେବଙ୍କ ଭୂମିକାରେ ଦେଖିବାକୁ ମିଳିବ ଏବଂ ଦୀପିକା ତାଙ୍କ ପତ୍ନୀ ଭୂମିକାରେ ନଜର ଆସିବେ । ଏପ୍ରିଲ ୧୦ ତାରିଖରେ ଫିଲ୍ମଟି ଉଭୟ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ରିଲିଜ ହେବ ।
BREAKING NEWS
- ଏକତରଫା ପ୍ରେମ ପାଇଁ ନାବାଳିକା ଛାତ୍ରୀକୁ ହତ୍ୟା କଲା ଟ୍ୟୁସନ ଶିକ୍ଷକ
- Hormuz minesweeping: ହୋର୍ମୁଜ୍ ପ୍ରଣାଳୀରେ ଲ୍ୟାଣ୍ଡମାଇନ୍; ଜାପାନ କହିଲା – ଆମେ ସେଗୁଡ଼ିକୁ ହଟାଇବାକୁ ପ୍ରସ୍ତୁତ ଯଦି…
- ଓଡ଼ିଶା ଜନତା କଂଗ୍ରେସର ମହାମିଶ୍ରଣ;ମୋକିମ୍ କହିଲେ-ବିରୋଧୀ ଦଳ ଭାବେ ସାମ୍ନାକୁ ଆସିବ
- ULFA (I) Militants Attack: ଉଲଫା ଆତଙ୍କବାଦୀ ସଂଗଠନର ଆକ୍ରମଣରେ ଚାରି ପୋଲିସ ଆହତ
- ‘ନିଲମ୍ବିତ ୬ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯିବ ବିଜେଡି’
- ପାକିସ୍ତାନ ସମର୍ଥିତ ଚୋରା ଚାଲାଣ ମଡ୍ୟୁଲର ପର୍ଦ୍ଦାଫାଶ, ୩ ଜଣ ମାଷ୍ଟରମାଇଣ୍ଡ ଗିରଫ
- କ୍ରିକେଟ ଅଷ୍ଟ୍ରେଲିଆ ଘୋଷଣା କଲା ବ୍ୟସ୍ତବହୂଳ କାର୍ଯ୍ୟସୂଚୀ
- ଆଗାମୀ ଦିନରେ ରାଜ୍ୟରେ ନିଲାମ କରାଯିବ ୩୪ଟି ଖଣି…
- କଳାବାଘ ଛାଲ ଡିଲ ବେଳେ ବନବଭାଗ ଚଢାଉ; ୨ ଅଟକ
- Diesel Theft: ଚୋରା ଡିଜେଲ୍ କାରବାର; ୧୧ ଗିରଫ
Comments are closed.