Latest Odisha News

BREAKING NEWS

ଗସ୍ତ ପୂର୍ବରୁ ଟ୍ରମ୍ପଙ୍କ ବଡ ବୟାନ, ଭାରତ ସହ ହେବନି କୌଣସି ବ୍ୟାବସାୟିକ ଚୁକ୍ତି

ୱାଶିଂଟନ: ଭାରତ ଗସ୍ତ ପୂର୍ବରୁ ବଡ ବୟାନ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ କହିଛନ୍ତି, ମୋଦିଙ୍କୁ ବହୁତ ପସନ୍ଦ କରନ୍ତି । ହେଲେ, ଭାରତ ସହିତ ଏବେ କୌଣସି ବଡ ବ୍ୟାବସାୟିକ ଚୁକ୍ତି ହେବ ନାହିଁ । ଭାରତ ତାଙ୍କ ସହ ବହୁତ ଭଲ ବ୍ୟବହାର କରି ନାହିଁ । କିନ୍ତୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବହୁତ ପସନ୍ଦ କରନ୍ତି । ଏଥିପାଇଁ ଭାରତ ଯିବାକୁ ଉତ୍ସୁକ ଅଛନ୍ତି । କିନ୍ତୁ ଛୋଟ ଛୋଟ ଚୁକ୍ତି ହେବାର ସମ୍ଭାବନା ରହିଛି ବୋଲି ଟ୍ରମ୍ପ କହିଛନ୍ତି ।

ଆଗାମି ଦିନରେ ବଡ ଚୁକ୍ତି ନେଇ ବିଚାର କରିବେ ବୋଲି ସେ କହିଛନ୍ତି । ଆସନ୍ତା ୨୪ ଫେବ୍ରୁଆରୀରେ ଦୁଇ ଦିନିଆ ଭାରତ ଗସ୍ତରେ ଆସିବେ ଡୋନାଲ୍ଡ ଟ୍ରମ୍ପ । ଏହି ଗସ୍ତ ସମୟରେ ଆମେରିକା ସହ ଭାରତର ବାଣିଜ୍ୟିକ ଚୁକ୍ତି ହେବ ବୋଲି ଆଶା କରାଯାଉଥିଲା ।

କିନ୍ତୁ ଏହି ଆଶା ଏବେ ମଉଳି ଯାଇଛି । ଟ୍ରମ୍ପଙ୍କ ଏହି ବୟାନ ଭାରତୀୟଙ୍କୁ ଝଟକା ଦେଇଛି ।

Leave A Reply

Your email address will not be published.