Latest Odisha News

BREAKING NEWS

‘୮୩’ର ଫାଷ୍ଟ ଲୁକ୍, ଡିଫରେଂଟ ଲୁକରେ ଦୀପିକା

ମୁମ୍ବାଇ: ସାମ୍ନାକୁ ଆସିଲା ମଲ୍ଟିଷ୍ଟାରର ଫିଲ୍ମ ‘୮୩’ର ଫାଷ୍ଟ ଲୁକ । ଏହି ଫିଲ୍ମକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଥିବା ବେଳେ ଏଥିରେ ଦୀପିକା ପାଦୁକୋନଙ୍କ ଫାଷ୍ଟ ଲୁକ୍ ସାମ୍ନାକୁ ଆସିଛି । ଏହି ଫଟୋରେ ଦୀପିକା ଏବଂ ରଣବୀରଙ୍କୁ ପୁରା ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି । ଏହି ଫାଷ୍ଟ ଲୁକ୍କୁ ଅଭିନେତ୍ରୀ ଦୀପିକା ପାଦକୋନ୍ ନିଜ ଇଂଷ୍ଟାଗ୍ରାମରେ ସେୟାର କରିଛନ୍ତି । ଫଟୋରେ ରଣବୀର ସିଂହ ପୂର୍ବତନ ଭାରତୀୟ କ୍ରିକେଟର କପିଳ ଦେବ ଏବଂ ଦୀପିକା କପିଲ ଦେବଙ୍କ ପତ୍ନୀ ରୋମି ଭାଟିଆ ଭୂମିକାରେ ନଜର ଆସିଛନ୍ତି ।
ଏହି ଫଟୋରେ ଦୀପିକାଙ୍କ ଲୁକ୍ ତାଙ୍କର ଅନ୍ୟ ସବୁ ଫିଲ୍ମର ଲୁକ୍ ଠାରୁ ପୁରା ଅଲଗା ରହିଛି । ସର୍ଟ ହେୟାର, ହାଇନେକ୍ ଟପ୍ରେ ଦୀପିକା, ରଣବୀରଙ୍କ ହାତ ଧରି ଠିଆ ହୋଇଥିବା ନଜର ଆସିଛନ୍ତି । କବିର ଖାନ୍ଙ୍କ ନିଦେ୍ର୍ଧଶନାରେ ତିଆରି ଫିଲ୍ମ ‘୮୩’ ୧୯୮୩ ମସିହା କ୍ରିକେଟ ବିଶ୍ୱକପ୍ ଉପରେ ଆଧାରିତ । ଯେଉଁଥିରେ ଭାରତ ବିଜୟ ହୋଇଥିଲା । ଏଥିରେ ରଣବୀର ସିଂହଙ୍କୁ ପୂର୍ବତନ କ୍ୟାପଟେନ୍ ତଥା ମହାନ ଖେଳାଳି କପିଲ ଦେବଙ୍କ ଭୂମିକାରେ ଦେଖିବାକୁ ମିଳିବ ଏବଂ ଦୀପିକା ତାଙ୍କ ପତ୍ନୀ ଭୂମିକାରେ ନଜର ଆସିବେ । ଏପ୍ରିଲ ୧୦ ତାରିଖରେ ଫିଲ୍ମଟି ଉଭୟ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ରିଲିଜ ହେବ ।

Leave A Reply

Your email address will not be published.