ମୁମ୍ବାଇ: ୨୦୧୯ରେ ବ୍ଲକବଷ୍ଟର ଫିଲ୍ମ ୱାର ପରେ ହ୍ରିତିକ ରୋଶନ ପୁନର୍ବାର ଆଉ ଏକ ଆକ୍ସନ ଫିଲ୍ମ କରିବାକୁ ଯାଉଛନ୍ତି । ବଲିଉଡ ହଙ୍ଗାମା ସୂତ୍ରରୁ ମିଳିଥିବା ଖବର ଅନୁସାରେ ଏହି ଫିଲ୍ମର ନାମ ଫାଇଟର ରଖାଯାଇଛି ଓ ଏହାର ହିରୋଇନ ଦୀପିକା ପାଦୁକୋନ ହେବ । ଯେତେଦୂର ସମ୍ଭବ ରବିବାର ଏହି ଫିଲ୍ମର ବିଧିବଦ୍ଧ ଘୋଷଣା କରାଯିବ । ୟଶ ଚୋପ୍ରା ବ୍ୟାନରରେ ନିର୍ମିତ ହେଉଥିବା ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତି ସିଦ୍ଧାର୍ଥ ଆନନ୍ଦ ।
ଏଥିରେ ହ୍ରିତିକ ଜଣେ ଏୟାରଫୋର୍ସ ଅଫିସର ଭୂମିକା ତୁଲାଇବେ । ଡିସେମ୍ବର ୨୦୨୧ରୁ ଏହି ଫିଲ୍ମର ଶୁଟିଂ ଆରମ୍ଭ ହେବ । ପ୍ରଶଂସକମାନେ ଦୀର୍ଘ ଦିନ ଧରି ହ୍ରିତିକ-ଦୀପିକା ଯୋଡିଙ୍କୁ ଦେଖିବାକୁ ଚାହୁଁଥିଲେ । ୨୦୨୨ରେ ଏହି ଫିଲ୍ମ ସବୁଠାରୁ ବଡ ହିଟ ହେବ ବୋଲି ଜଣେ ପ୍ରଶଂସକ ଖୁସିରେ କହିଛନ୍ତି ।
Comments are closed.