Latest Odisha News

BREAKING NEWS

୮ ଘଣ୍ଟାର ସିଫ୍ଟ, ୪୦ କୋଟି; ସନ୍ଦୀପ ରେଡ୍ଡୀଙ୍କ ଫିଲ୍ମ ‘ସ୍ପିରିଟ୍’ରୁ ଆଉଟ୍ ଦୀପିକା ପାଦୁକୋନ

ମୁମ୍ବାଇ: ପ୍ରଭାସ ଏବଂ ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ଅପକମିଂ ଫିଲ୍ମ ‘ସ୍ପିରିଟ୍’ରେ ଦୀପିକା ପାଦୁକୋନ ମୁଖ୍ୟ ଭୂମିକାରେ ନଜର ଆସିଥାନ୍ତେ। ଯାହାକୁ ନେଇ ଫ୍ୟାନ୍ସ ବି ଖୁବ୍ ଖୁସି ଥିଲେ। କିନ୍ତୁ ଏବେ ସେ ଏହି ଫିଲ୍ମରୁ ବାହାରି ଯାଇଥିବା ଖବର ଆସୁଛି।

ରିପୋର୍ଟ ଅନୁଯାୟୀ, ଏହି ଫିଲ୍ମରେ ଦୀପିକାଙ୍କ ସ୍ଥାନରେ ରୁକ୍ମଣୀ ବସନ୍ତଙ୍କୁ ନେବା ପାଇଁ ଆଲୋଚନା ଚାଲିଛି। ରୁକ୍ମିଣୀ ‘ସପ୍ତ ସାଗରଦଚେ ଏଲୋ’ ଚଳଚ୍ଚିତ୍ର ପାଇଁ ଲୋକପ୍ରିୟ ହୋଇଥିଲେ।

ଦୀପିକା ୪୦ କୋଟି ଟଙ୍କା ଫିସ୍ ଏବଂ କୁନି ଛୁଆ ଥିବାରୁ କେବଳ ୮ ଘଣ୍ଟାର ସିଫ୍ଟ ଦାବି କରିଥିଲେ। ଯାହା ଫଳରେ ତାଙ୍କର ନିର୍ମାତାଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିଲା। କେବଳ ଏତିକି ନୁହେଁ ଆହୁରି ମଧ୍ୟ କୁହାଯାଉଛି ଯେ ଦୀପିକା ଫିଲ୍ମର ଲାଭର ୧ ପ୍ରତିଶତ ମାଗିଥିଲେ। ଏସବୁକୁ ନେଇ ନିର୍ମାତାଙ୍କ ପକ୍ଷରୁ ଅଭିନେତ୍ରୀଙ୍କୁ “ଅନପ୍ରଫେସନାଲ” ବୋଲି ମଧ୍ୟ କୁହାଯାଇଥିଲା।

‘ସ୍ପିରିଟ୍’ ଫିଲ୍ମ ବିଷୟରେ କହିବାକୁ ଗଲେ ଏହା ଏକ ଦମଦାର ପୋଲିସ ଆକ୍ସନ୍ ସିନେମା। ଯେଉଁଥିରେ ପ୍ରଭାସ ଜଣେ ପୋଲିସ ଅଧିକାରୀଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମରେ ସେ ଡ୍ରଗ୍ସ ମାଫିଆଙ୍କ ସହିତ ଲଢ଼ିବାର ନଜର ଆସିବେ। ଏହି ଫିଲ୍ମଟି ୨୦୨୬ ମସିହାରେ ମୁକ୍ତିଲାଭ କରିବାକୁ ଯାଉଛି।

ତେବେ ସନ୍ଦୀପ ରେଡ୍ଡୀ ଭାଙ୍ଗା ‘ଆନିମଲ୍’ ଏବଂ ‘କବୀର ସିଂହ’ ଭଳି ଫିଲ୍ମ ତିଆରି କରିଛନ୍ତି।

Comments are closed.