ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ତାଙ୍କର ସମସ୍ତ ସୋସିଆଲ ମିଡିଆ ଆକାଉଣ୍ଟରୁ ସମସ୍ତ ପୋଷ୍ଟ ଡିଲିଟ କରିବା ପରେ ବର୍ତ୍ତମାନ ଇନଷ୍ଟାଗ୍ରାମରେ ଏକ ଅଡିଓ ରିଲିଜ କରିଛନ୍ତି ଯାହାକୁ ସେ ଅଡିଓ ଡାଏରୀ ନାମରେ ନାମିତ କରିଛନ୍ତି। ଏହି ଅଡିଓ ମାଧ୍ୟମରେ ଅଭିନେତ୍ରୀ ତାଙ୍କ ପ୍ରଶଂସକମାନଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି। ଦୀପିକା ତାଙ୍କ ଅଡିଓ ନୋଟରେ କହିଛନ୍ତି ଯେ ଅଡିଓ ଡାଏରୀ ହେଉଛି ତାଙ୍କର ସମସ୍ତ ଭାବନା ଏବଂ ଚିନ୍ତାଧାରାର ରେକର୍ଡ।
ଦୀପିକା ତାଙ୍କ ଅଡିଓ ବାର୍ତ୍ତାରେ କହିଛନ୍ତି, ‘ସମସ୍ତଙ୍କୁ ନମସ୍କାର, ମୋର ଅଡିଓ ଡାଏରୀକୁ ସ୍ୱାଗତ, ମୋର ଭାବନା ଏବଂ ଚିନ୍ତାଧାରାର ରେକର୍ଡ। ମୁଁ ନିଶ୍ଚିତ ଯେ ଆପଣ ସମସ୍ତେ ମୋ ସହ ସହମତ ହେବେ ଯେ ୨୦୨୦ ବର୍ଷ ସମସ୍ତଙ୍କ ପାଇଁ ଅନିଶ୍ଚିତ ଥିଲା। କିନ୍ତୁ ମୋ ପାଇଁ ଏହା କୃତଜ୍ଞତା ସହିତ ଜଡିତ ଥିଲା ଏବଂ ୨୦୨୧ ମସିହାରେ ମୁଁ ନିଜ ପାଇଁ ଏବଂ ଅନ୍ୟମାନଙ୍କ ପାଇଁ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି। ନୂଆ ବର୍ଷର ଶୁଭେଚ୍ଛା। ଏହା ପୂର୍ବରୁ ଦୀପିକା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଇନଷ୍ଟାଗ୍ରାମ, ଫେସବୁକ ଏବଂ ଟ୍ୱିଟରରୁ ସମସ୍ତ ପୋଷ୍ଟ ଡିଲିଟ କରିଥିଲେ। ଯାହା ପରେ ତାଙ୍କ ପ୍ରଶଂସକମାନେ ଉତ୍ସାହିତ ଥିଲେ ଯେ ସେ ଏମିତି କାହିଁକି କଲେ।
Comments are closed.